ଭୁବନେଶ୍ୱର: ସୋମବାର ଦିନ ଆଉ ୨୦ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ ଅତିକ୍ରମ କରିଛି । ଏବେ ରାଜ୍ୟର ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୨୧ରେ ପହଞ୍ଚିଛି ।
ଏହି ୨୦ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାରୁ ୧୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨ଜଣ ରୋଗୀ ସୁନ୍ଦରଗଡ଼ ଏବଂ ବୌଦ୍ଧ ଜିଲ୍ଲାରୁ ଜଣେ ରୋଗୀ ଚିହ୍ନଟ ହୋଇଥିବା ସୂଚନା ହସ୍ତଗତ ହୋଇଛି ।
ଅଧିକ ପଢନ୍ତୁ – ପୁରୀକୁ ଫେରିଲା କରୋନା ଆତଙ୍କ; ବ୍ୟାପକ ପଦକ୍ଷେପ ଗ୍ରହଣ କଲେ ପ୍ରଶାସନ
ଆଜି ପୂର୍ବରୁ ସକାଳେ ଗଞ୍ଜାମରେ ୧୨ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, ଯାଜପୁର ଏବଂ କଟକ ଜିଲ୍ଲାରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଥିଲେ ।
ଅଧିକ ପଢନ୍ତୁ: ରେଡ଼ ଜୋନ ଘୋଷିତ ଭୁବନେଶ୍ୱରରେ ଆଉ ଅଛନ୍ତି ମାତ୍ର ୧୧ ସକ୍ରିୟ କରୋନା ଆକ୍ରାନ୍ତ
ଦିନକରେ ୨୯ ଜଣ ନୂଆ ପଜିଟିଭ୍୍ ଚିହ୍ନଟ ହେବାପରେ ଗଞ୍ଜାମରେ ୧୫୪ ଜଣ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି ଏବଂ ଏହି ଜିଲ୍ଲା ଏବେ କରୋନା ହଟସ୍ପଟ୍ ଭାବେ ସାବ୍ୟସ୍ତ ହୋଇଛି ।
Comments are closed.