Latest Odisha News

BREAKING NEWS

ସଂଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ପୁରୀ: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇଙ୍କ ରହସ୍ୟଜନକ ମୃତ୍ୟୁର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଘଟଣାର କ୍ରାଇଣବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି ଅଭୟ । ଏକ ପ୍ରେସ୍ ରିଲିଜ ଜାରି କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି । ଚିତ୍ତରଞ୍ଜନଙ୍କ ସନ୍ଦେହଜନକ ମୃତ୍ୟୁର ଖୋଳତାଡ କରୁଛି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ବା ଏସଆଇଟି ।

ହତ୍ୟା ମାମଲା ରୁଜୁ ହୋଇଛି । ପୁରୀ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଏସଆଇଟି ତଦନ୍ତ ଜାରି ରଖିଛି । ଗତକାଲି ପୁରୀ ଏସପିଙ୍କୁ ଭେଟିଥିଲେ ମୃତ ଚିତ୍ତରଞ୍ଜନଙ୍କ ପରିବାର ସଦସ୍ୟ । ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଥିଲେ । ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ଦୁଇଟି ସ୍ବତନ୍ତ୍ର ଅନୁସନ୍ଧାନ ଟିମ୍‌ ଗଠନ କରିଛି ।

ହତ୍ୟା ପଛରେ ଚିତ୍ତରଞ୍ଜନଙ୍କ ଘନିଷ୍ଠ ବନ୍ଧୁ ଜଗନ୍ନାଥ ଷଡ଼ଙ୍ଗୀର ସଂପୃକ୍ତି ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ତିନି ଦିନ ଧରି ପୋଲିସ ତାକୁ ଅଟକ ରଖି ପଚରାଉଚରା ଚଳାଇଛି । ସନ୍ଦେହ ଘେରରେ ଥିବା ଆଉ କିଛି ଲୋକଙ୍କୁ ବି ପଚରାଉଚରା କରୁଛି ପୋଲିସ ।

ଗତକାଲି ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି ପୋଲିସ ଆଇଜି ନରସିଂହ ଭୋଳ । ସାଇଣ୍ଟିଫିକ୍‌ ଟିମ୍‌ ବି ଖୋଳତାଡ କରିଛି । ଏବେ କ୍ରାଇମବ୍ରାଞ୍ଚ ହତ୍ୟାକାଣ୍ଡ ଓ ଏହା ପଛର ରହସ୍ୟ ବାହାର କରିବ ।

Leave A Reply

Your email address will not be published.