Latest Odisha News

ପାରାଦୀପ ବନ୍ଦରରେ ଲାଗିଲା ତଟରକ୍ଷକ ବାହିନୀର ଜାହାଜ ବରାଦ

ପାରାଦୀପ: ମାର୍ଚ୍ଚ ୧୮ ତାରିଖ ଅପରାହ୍ନରେ ପାରାଦୀପ ବନ୍ଦର ରେ ଭାରତୀୟ ତଟ ରକ୍ଷକ ବାହିନୀ ର ଅନ୍ୟ ତମ ନୌତରୀ ବରାଦ ପହଂଚିଛି ।

 ଭାରତ ର ଉତ୍ତର ପୂର୍ବ ଜଳସୀମା ସମେତ  ଉତ୍ତର ପୂର୍ବ ଉପକୂଳରେ ପାଇଁତରା  ଜଳ ପଥ ରେ ଅନୁପ୍ରବେଶ  ରୋକିବା ସହିତ ଅନୁସନ୍ଧାନ ଓ ଉଦ୍ଧାର କାର୍ଯ୍ୟ କରିବ। ଭାରତୀୟ ତଟ ରକ୍ଷକ ବାହିନୀ ର ଏହା ତୃତୀୟ ପ୍ରେଟ୍ରୋଲିଂ ଜାହାଜ ହେଲା।

ତଟ ରକ୍ଷକ ବାହିନୀ ର ଉତ୍ତର ପୂର୍ବ ମୁଖ୍ୟାଳୟ କୋଲକତା ଦ୍ୱାରା ପରିଚାଳିତ ହେବ ଏବଂ ଉତ୍ତର ପୂର୍ବ ଜଳସୀମା ସମେତ ଓଡ଼ିଶା ଉପକୂଳ ଉପରେ ନଜର ରଖିବ। ଲରେନ୍ସ ଆଣ୍ଡ ଟର୍ବ ,କଟୁପାଲି ଦ୍ଵାରା ନିର୍ମିତ ଆଇ ସି ଜି ଏସ ବରାଦ ୨୦୨୦ ମସିହା ଫେବୃଆରୀ ୨୦ ତାରିଖରେ ଲୋକାର୍ପିତ ହୋଇ ଥିଲା।  ୯୮ ମିଟର ଲମ୍ବ ଏହି ଜାହାଜ ରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ ରେ ନିର୍ମିତ।
ଆଧୁନିକ ଯୋଗାଯୋଗ ବ୍ୟବସ୍ଥା, ଯୁଦ୍ଧ ସରଞ୍ଜାମ, ୩୦ ଏମ.ଏମ.ଓ ୧୨.୭ ଏମ. ଏମ. ତୋପ ର ବ୍ୟବହାର,ଅତିରିକ୍ତ ସେତୁ ବ୍ୟବସ୍ଥା, ଅତିରିକ୍ତ ପ୍ଲାଟଫର୍ମ ବ୍ୟବସ୍ଥା, ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ଅଗ୍ନି ନିର୍ବିପାକ ବ୍ୟବସ୍ଥା, ଦୁଇ ଇଞ୍ଜିନ ବିଶିଷ୍ଟ ହେଲିକପ୍ଟର ,ଦ୍ରୁତ ଗତି କ୍ଷମତା ସମ୍ପର୍ଣ୍ଣ  ୪ ଟି ବୋଟ , ୨ ଟି ଯନ୍ତ୍ର ଚଳିତ ଭସମାନ ବୋଟ , ସହିତ ଅନୁସନ୍ଧାନ ଓ ଉଦ୍ଧାର କାର୍ଯ୍ୟ, ସମୁଦ୍ର ପ୍ରଦୂଷଣ ନିୟନ୍ତ୍ରଣ ସରଞ୍ଜାମ,  ସମୁଦ୍ର ଜଳ ରୁ ଭସମାନ ତୈଳ ଆରକ୍ଷଣ ବ୍ୟବସ୍ଥା ଏହି ଜାହାଜରେ ରହିଛି।
୨୧00 ଟନ ବିଶିଷ୍ଟ ଏହି ଯୁଦ୍ଧ ଜାହାଜରେ  ୯୧୦୦ କିଲୋୱାଟ କ୍ଷମତା ସମ୍ପର୍ଣ୍ଣ ଡିଜେଲ  ଇଞ୍ଜିନ  ରହିଛି ,ଯାହାକି ଘଣ୍ଟା ପ୍ରତି  ୨୬ ନଟିକଲ କିଲୋମିଟର ଯାଇ ପାରିବି ଏବଂ ଏକା ଥରକେ  ୫ ହଜାର ନଟିକାଲ ମାଇଲ ଯାଇ ପାରିବ ।
 ଆଇ. ସି. ଜି. ଏସ ବରାଦ  କମାଣ୍ଡାଣ୍ଟ ପିଣ୍ଟୁ ବାଗ ଙ୍କ ନେତୃତ୍ୱରେ ୧୧ ଅଧିକାରୀ ଓ ୯୧ ଜଣ ନାବିକ ଏହି ଅତ୍ୟାଧୁନିକ ନୌତରୀ ପରିଚାଳନା କରୁଛନ୍ତି।
Leave A Reply

Your email address will not be published.