Latest Odisha News

BREAKING NEWS

ସୁନ୍ଦରଗଡ଼ ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣା: ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଅଞ୍ଚଳରେ ଜଣେ ନାବାଳିକାଙ୍କ ଦୁଷ୍କର୍ମ ଓ ଗର୍ଭପାତ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚର ଜଣେ ଡିଏସପି ଙ୍କ ନେତୃତ୍ୱରେ ମଙ୍ଗଳବାର ଠାରୁ ଏହି ତଦନ୍ତ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଥିବା ବୀରମିତ୍ରପୁର ଥାନା ଆଇଆଇସିଙ୍କୁ ଗତ ୨୬ ତାରିଖ ଦିନ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ବୀରମିତ୍ରପୁର ଥାନାର ବଡ଼ବାବୁଙ୍କ ସହ ଅନ୍ୟ ଜଣେ ପୋଲିସ, ସାଵତ ଵାପା ଓ ଦୁଇ ଜଣ ଯୁବକ ଦୁଷ୍କର୍ମ କରିଥିବା ରାଏବୋଗା ଥାନାରେ ଗତ ୨୩ତାରିଖରେ ଅଭିଯୋଗ ହୋଇଥିଲା। ତେବେ ସମସ୍ତ ଅଭିଯୁକ୍ତ ଫେରାର ଅଛନ୍ତି । ଦୁଷ୍କର୍ମ ପରେ ନାଵାଳିକା ଗର୍ଭବତୀ ହୋଇଥିବା ନେଇ ଶିଶୁ ମଙ୍ଗଳ କମିଟି(CWC) ନିକଟରେ ଅଭିଯୋଗ କରିଥିଲେ ।ଵିରମିତ୍ରପୁର ଥାନାରେ ମାମଲା ରୁଜୁ କରାନଯାଇ ଗତ ୧୫ ତାରିଖ ଦିନ ବିରମିତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନାବାଳିକାଙ୍କର ଗର୍ଭପାତ କରାଯାଇଥିବା ଅଭିଯୋଗ ହୋଇଥିଲା।

Leave A Reply

Your email address will not be published.