ଭୁବନେଶ୍ବର: ଧ୍ରୁପଦ୍ ମ୍ୟୁଜିକ ଫାଉଣ୍ଡେସନ୍ (ଡିଏମଏଫ୍) ପକ୍ଷରୁ ବିଶ୍ୱ ସଙ୍ଗୀତ ଓ ଯୋଗ ଦିବସ -୨୦୨୫ (ସିଜସି-୮)ର ଅୟୋଜନ ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଡ. ଵିଧୁ କଲ୍ୟାଣ ମହାନ୍ତି ଏବଂ ବରେଣ୍ୟ ଅତିଥି ଭାବେ ପଦ୍ମଶ୍ରୀ ଶ୍ୟମାମନି ଦେବୀ, ସ୍ବାମୀ ସଦାନନ୍ଦ ସରସ୍ଵତୀ, ଗୁରୁ ବିଜୟାନନ୍ଦ ନାୟକ ଓ ମନ ବୈଜ୍ଞାନିକ ଡ. ଶ୍ରେୟା ପହୱା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥଲେ ।
ଏହି ଅବସରରେ ମୁଖ୍ୟ ଏବଂ ବରେଣ୍ୟ ଅତିଥି ଧ୍ରୁପଦ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ପରମ୍ପରାର ମୂଳ ପଦ୍ଧତି ଅନ୍ୟ ସମସ୍ତ ସଙ୍ଗୀତ ପଦ୍ଧତି ଏହାର ଶାଖା ପ୍ରଶାଖା ବୋଲି ବ୍ୟକ୍ତ କରିବା ସହ ଧ୍ରୁପଦ ମ୍ୟୁଜିକ ଫାଉଣ୍ଡେସନର ମାଗାଜିନ୍ “ଦେବ ବାଣୀ ଧ୍ରୁପଦ୍ ଓଁ ତ୍ବମ୍ ଦ ଇଟରନାଲ ଯୌଗିକ ସାଉଣ୍ଡ ଅଫ୍ ଇଣ୍ଡିଆ” କୁ ଉନ୍ମଚୋନ କରିଥିଲେ । ଡିଏମ୍ଏଫ୍ ର ଚେୟାରମ୍ୟାନ୍ ପଣ୍ତିତ ମୁକୁନ୍ଦଦେବ ମାଗାଜିନ ବିଷୟରେ କହିଥିଲେ ଯେ, ଏହା ଡିଏମ୍ଏଫ୍ ର ପ୍ରଥମ ଏଡିସନ । ଯେଉଁଥିରେ ଦେଶ ଓ ବିଦେଶର ଖ୍ୟାତିମାନ୍ କଳାକାର ଓ ବୁଦ୍ଧିଜୀବୀଙ୍କର ଧ୍ରୁପଦ୍ ଆର୍ଟିକଲର୍ଟି ସ୍ଥାନ ପାଇବା ସହ “ଦେବ ବାଣୀ ଧ୍ରୁପଦ୍” ସାର ମର୍ମ ଏହି ପୁସ୍ତକରେ ସ୍ଥାନ ପାଇଛି ବୋଲି ଜଣାଇଥିଲେ ।
ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତିରେ “ଧ୍ରୁପଦ ଧାରଣା” ଭଳି ଏକ ବିରଳ ପରିବେଷଣ ପ୍ରସ୍ତୁତି ହୋଇଥିଲା ଯେଉଁଥିରେ ବିଶିଷ୍ଟ ଯୋଗ ଶିକ୍ଷିକା ମହାରାଷ୍ଟ୍ରର କୋଙ୍କଣରୁ ଅଞ୍ଜୁ ଟାପରିଆ ଧ୍ୟାନ ଧାରଣା, ଗୁରୁ ମୁକୁନ୍ଦ ଦେବଙ୍କ ସହ ପଞ୍ଜାବରୁ ଆସିଥିବା ତାଙ୍କ ଶିଷ୍ୟ ଶ୍ରେୟାନ୍ସି ପହ୍ୱା ଧ୍ରୁପଦ୍ ଗାୟନ ସହ କଲିକଲିତାରୁ ମିଥୁନ ଚକ୍ରବର୍ତ୍ତିଙ୍କ ପଖଵଜ ବାଦନରେ ଥିଲେ । ବର୍ଷା ଋତୁର ବହୁ ପ୍ରଚଳିତ ରାଗ ମେଘ୍ ରେ ଦେବ ବାଣୀ ଶୈଳୀରେ ଧ୍ରୁପଦ୍ ଆଳାପ ସହ ଗୁରୁ ମୁକୁନ୍ଦ ଦେବଙ୍କ ରଚନା “ବୁନ୍ଦ୍ ବୁନ୍ଦ୍ ବରଷ ମେଘ୍” ରଚନା ପରିବେଷଣରେ ଶ୍ରୋତା ମାନେ ଆତ୍ମବିଭୋର ହୋଇଥିଲେ । ସନ୍ଧ୍ୟାର ଦ୍ୱିତୀୟ ଓ ଶେଷ ପ୍ରସ୍ତୁତି ଉସ୍ତାଦ ଫୟାଦ୍ ୱାସିଫୁଦ୍ଦିନ୍ ଡାଗର୍ (ପଦ୍ମଶ୍ରୀ) ୟମନ୍ ରାଗରେ ସୁନ୍ଦର ଆଳାପ ବିସ୍ତାର ଓ ଭାବପୂର୍ଣ୍ଣ ଶିବ ସ୍ତୁତି ଦ୍ୱାରା ଶିଳ୍ପୀ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଓଡ଼ିଶା ମାଟିରେ ଧ୍ରୁପଦ୍ ର ପ୍ରଚାର ପ୍ରସାରର ଏକ ଐତିହାସିକ ଯାତ୍ରା ବୋଲି ପଦ୍ମଶ୍ରୀ ଉସ୍ତାଦ ଡାଗର କହିଥିଲେ ।
ଆୱାର୍ଡ଼ସେରିମୋନୀରେ “ଓଡ଼ିଶା କ୍ଲାସିକାଲ ମ୍ୟୁଜିକ ଟାଲେଣ୍ଟସର୍ଚ୍ଚ- ୨୦୨୫ର ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ଦେବା ସହ ଲିଟ୍ଟଲ୍ ଓଡ଼ିଶି ସିଙ୍ଗର ଆୱାର୍ଡ଼-୨୦୨୫, ଲିଟ୍ଟଲ ଖୟାଲ ସିଙ୍ଗର ଆୱାର୍ଡ଼-୨୦୨୫, ଲିଟ୍ଟଲ୍ ଧ୍ରୁପଦ ସିଙ୍ଗର ଆୱାର୍ଡ଼-୨୦୨୫ ଲଗ୍ନ ସୁଶ୍ରୀ ପୃଷ୍ଟି, ତପନ କୁମାର ଏବଂ ମଣିଷ ପଣ୍ଡାଙ୍କୁ ମିଳିଥିଲା । ଶ୍ରେୟାନ୍ସୀ ପାହ୍ୱା “ଦେବ ବାଣୀ ଧ୍ରୁପଦ୍ ଆରଧନା ଆୱାର୍ଡ଼୨୦୨୫ ଓ ପରିଶେଷରେ ଉସ୍ତାଦ ୱାସିଫୁସିଦ୍ଦିନ୍ ଡାଗର ଯାହାର ପରିବାର ୨୦ ପିଢ଼ି ଧରି ଧ୍ରୁପଦ ପରମ୍ପରାକୁ ବଞ୍ଚାଇ ରଖିଛନ୍ତି ତାଙ୍କୁ “ଓଡ଼ିଶା ଧ୍ରୁପଦ ରତ୍ନ ଜ୍ୟୋତି ଆୱାର୍ଡ଼-୨୦୨୫” ପ୍ରଦାନ କରାଯାଇଥିଲା ।
ଧ୍ରୁପଦ୍ ମ୍ୟୁଜିକ ଫାଉଣ୍ଡେସନ୍ (ଡିଏମଏଫ୍)ର ପ୍ରତି ବର୍ଷ ବିଶ୍ୱ ସଙ୍ଗୀତ ଓ ଯୋଗ ଦିବସର ସେଲେବ୍ରେସନ ଓଡ଼ିଶା ସଙ୍ଗୀତ ଇତିହାସରେ ଏକ ନୂତନ ଜାଗରଣ ସୃଷ୍ଟି କରିଛି । ଗୁରୁ ମୁକୁନ୍ଦ ଦେବ ଧ୍ରୁପଦ୍ ସଙ୍ଗୀତର ଓଡ଼ିଶାରେ ବୀଜ ରୋପଣ କରି ଏବେ ବିଦେଶ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।
Comments are closed.