ଅହମ୍ମଦାବାଦ: ପ୍ରଥମ ଟି-ଟ୍ୱେଣ୍ଟିରେ ଟିମ୍ ଇଣ୍ଡିଆକୁ ୮ ଓ୍ୱିକେଟରେ ହରାଇଛି ଇଂଲଣ୍ଡ । ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ଭାରତକୁ ଚାରିଆଡୁ ଏବେ ସମାଲୋଚନାର ଶିକାର ହେବାକୁ ପଡୁଛି । ଟେଷ୍ଟ ସିରିଜ ଜିତିବା ପରେ କୋହଲି ବାହିନୀ ଟି-ଟ୍ୱେଣ୍ଟିରେ ଏମିତି ଖେଳିବ କେହି କେବେ ଭାବି ନଥିଲେ । ଆରମ୍ଭରୁ ଟିମ୍ ଇଣ୍ଡିଆ ଉପରେ ଚାପ ସୃଷ୍ଟି କରିଥିଲେ ଭ୍ରମଣକାରୀ ଦଳ । ସଠିକ ରଣନୀତି ସହ ମ୍ୟାଚକୁ ନିଜ କବଜାକୁ ନେବାରେ ସକ୍ଷମ ହୋଇଛି ଇଂଲିଶ ବାହିନୀ । ଦୁଇ ତିନିଟି ପ୍ରମୁଖ କାରଣ ପାଇଁ ଟିମ୍ ଇଣ୍ଡିଆକୁ ପରଜାୟର ମୁହଁ ଦେଖିବାକୁ ପଡ଼ିଲା ।
୧. ରୋହିତଙ୍କୁ ପ୍ଲେଇଂ ଇଲେଭେନରେ ନରଖିବା
ରୋହିତ ଶର୍ମା (ଫାଇଲ୍ ଫଟୋ)
ପ୍ରଥମ ଟି-ଟ୍ୱେଣ୍ଟିରେ ରୋହିତ ଶର୍ମାଙ୍କୁ ନ ଖେଳାଇବା କୋହଲିଙ୍କ ପାଇଁ ବୁମେରାଂ ହୋଇଛି । ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଭଲ ପ୍ରଦର୍ଶନ ସହ ଫର୍ମରେ ଅଛନ୍ତି ରୋହିତ । ବିଶେଷଜ୍ଞଙ୍କ ମତରେ ଇନଫର୍ମ ବ୍ୟାଟ୍ସମ୍ୟାନକୁ ବାଦ ଦେଇ ଲୋକେଶ ରାହୁଲ ଓ ଶିଖର ଧଓ୍ୱନଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିବାର ଦଶା ଭୋଗିଲା ଟିମ୍ ଇଣ୍ଡିଆ । ରୋହିତ ଥିଲେ ଦଳର ବ୍ୟାଟିଂ ଲାଇନ ଅପ୍ ମଜଭୁଦ ହେବା ସହ ଅଧିକ ସ୍କୋର ହୋଇ ଥାଆନ୍ତା । ପ୍ରଥମ ମ୍ୟାଚରେ ରୋହିତଙ୍କୁ ଖେଳାଇ ପରେ ବିଶ୍ରାମ ଦିଆଯାଇ ପାରି ଥାଆନ୍ତା ।
୨. ଧଓ୍ୱନ, ରାହୁଲ, ବିରାଟ ଫ୍ଲପ୍
ଟସ୍ ଜିତି ପ୍ରଥମେ ବୋଲିଂ ନେଇଥିବା ଇଂଲଣ୍ଡ ଆରମ୍ଭରୁ ଟିମ୍ ଇଣ୍ଡିଆକୁ ନିଜ ଜାଲରେ ଫସାଇଥିଲା । ଦୁଇ ନମ୍ବର ଓଭରରେ ଲୋକେଶ ରାହୁଲ(୧ରନ୍), ତୃତୀୟ ଓଭରରେ ବିରାଟ କୋହଲି(୦ରନ୍) ପାଭିଲନ୍ ଫେରିଥିଲେ । ପଞ୍ଚମ ଓଭରରେ ଶିଖର ଧଓ୍ୱନ(୪ରନ୍) ଆଉଟ୍ ହୋଇଥିଲେ । ମାତ୍ର ୨୦ରନ୍ ଭିତରେ ତିନି ଜଣ ଅନୁଭବୀ ଖେଳାଳିଙ୍କୁ ଆଉଟ୍ କରି ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଦେଇଥିଲା ଇଂଲଣ୍ଡ ।
୩. ଜୋଫ୍ରା ଆର୍ଚରଙ୍କ ଘାତକ ବୋଲିଂ
ଟିମ୍ ଇଣ୍ଡିଆ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲେ ଜୋଫ୍ରା ଆର୍ଚର । ନିଜ କୋଟାରେ ୨୪ ରନ୍ ଦେଇ ୩ଟି ଓ୍ୱିକେଟ ନେଇଥିଲେ । ଗୋଟିଏ ମେଡେନ୍ ଓଭର ବି ପକାଇଥିଲେ । ଲୋକେଶ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା ଓ ସାର୍ଦ୍ଦୁଲ ଠାକରଙ୍କ ଓ୍ୱିକେଟ ନେଇଥିଲେ ଜୋଫ୍ରା ଆର୍ଚର ।

ଭାରତ ପକ୍ଷରୁ ଓ୍ୱାଶିଂଟନ୍ ସୁନ୍ଦର ଓ ଯୁଜବେନ୍ଦର ଚହଲ ଗୋଟିଏ ଲେଖାଏଁ ଓ୍ୱିକେଟ ନେଇଥିଲେ । ତେବେ ଅଧିକ ରନ୍ ବ୍ୟୟ କରିଥିଲେ ଚହଲ । ଶ୍ରେୟସ ଆୟାର ୬୭, ରିଷଭ ପନ୍ଥ ୨୧ ଓ ପାଣ୍ଡ୍ୟା କରିଥିଲେ ୧୯ ରନ୍ । ପ୍ରଥମ ଟି-ଟ୍ୱେଣ୍ଟିରେ ଟିମ୍ ଇଣ୍ଡିଆ ଖରାପ ପ୍ରଦର୍ଶନ କରିଛି । ଆଗାମୀ ମ୍ୟାଚରେ ଉଭୟ ବ୍ୟାଟିଂ ଓ ବୋଲିଂରେ କମବ୍ୟାକ କରିବାକୁ ହେବ ।
BREAKING NEWS
- ଗାଭାସ୍କରଙ୍କ ମଜାଦାର ପ୍ରସ୍ତାବ : ଟେଷ୍ଟ କ୍ରିକେଟରେ ନୋ ବଲ ଜରିମାନା ଅର୍ଥରେ ଭୋଜି କର
- ତୁକାରାମ ମୁଣ୍ଢେଙ୍କ ଉପରେ ବର୍ଷିଲେ ବମ୍ବେ ହାଇକୋର୍ଟ: ‘ନିଜକୁ କ’ଣ ଭଗବାନ ଭାବୁଛନ୍ତି କି?’
- ବିଜେପି ହାତ ଧରିବାକୁ ଯାଉଛନ୍ତି ୟୁନାଇଟେଡ୍ ଡେମୋକ୍ରାଟିକ ପାର୍ଟିର ୯ ବିଧାୟକ, ଦିଲ୍ଲୀରେ ଚାଲିଛି ଆଲୋଚନା
- ବୈତରଣୀରେ ଆସୁଛି ୭ମ ବନ୍ୟା !ଦଶରଥପୁରବାସୀଙ୍କ ବଢିଲା ଚିନ୍ତା,ବିପନ୍ନ ୩୪ ଦିନ ହେବ…
- ଶ୍ରୀଲଙ୍କା ହାତରୁ ଗଲା ମହିଳା ଚାମ୍ପିୟନ୍ସ ଟ୍ରଫି ଆୟୋଜନ ଅଧିକାର
- ଆସୁଛି ଆଉ ଏକ ଲଘୁଚାପ; ୩ ଦିନ ପ୍ରବଳ ବର୍ଷିବ
- ଟିକିଏ ବର୍ଷାରେ ଖୋଲିଗଲା ପୌରପାଳିକାର ପୋଲ୍: ଭଦ୍ରକର ବିଭିନ୍ନ ୱାର୍ଡରେ ପଶିଲା ନର୍ଦ୍ଦମା ପାଣି, ଲୋକେ ଆତଙ୍କିତ
- ପାଲଲହଡ଼ାରେ ଡରାଉଛି ସ୍କ୍ରବ ଟାଇଫସ୍: ଦୁଇ ଦିନରେ ୧୯ ଆକ୍ରାନ୍ତ, ଜଣଙ୍କର ମୃତ୍ୟୁ
- କଂଗ୍ରେସର ଭବିଷ୍ୟତ ଅନ୍ଧକାର’: ନୂଆ ଦଳ ‘ଓଜେସି’ର ମଙ୍ଗ ଧରିବେ କଟକ-ବାରବାଟୀ ବିଧାୟିକା ସୋଫିଆ!
- ଏମଏମଡିଆର ବିଲ୍ ଉପରେ ସରଗରମ ରାଜନୀତି: ନବୀନଙ୍କୁ ସିଧାସଳଖ କାଉଣ୍ଟର କଲେ ମନମୋହନ ସାମଲ

Comments are closed.