Latest Odisha News

BREAKING NEWS

ମାଗଣା ବିଜୁଳି ଦାବି କରି ଟାଟା ପାଓ୍ୱାର ବିରୋଧରେ ଗର୍ଜିଲା ନବ ନିର୍ମାଣ କୃଷକ ସଂଗଠନ

ଭୁବନେଶ୍ୱର: ବିଦ୍ୟୁତ ବିତରଣ କମ୍ପାନୀ ଟାଟା ପାଓ୍ୱାର ସେବା ଦେବା ନାଁରେ ଶୋଷଣ କରୁଥିବା ଅଭିଯୋଗରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ସୋମବାର ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଏକ ବିଶାଳ ରାଲି ବାହାର କରାଯାଇଥିଲା। ଏହି ସମୟରେ ରାଜଧାନୀରେ ଚାଷୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଆନ୍ଦୋଳନରତ ସଦସ୍ୟମାନେ ଚାଷୀଙ୍କ ବିଜୁଳି ବିଲ୍ ଛାଡ଼ ଏବଂ ସେମାନଙ୍କ ପାଇଁ 5 ହଜାର ଟଙ୍କା ପେନସନ ଦାବି କରିଥିଲେ।

ଟାଟା ପାଓ୍ୱାରର ଶୋଷଣରେ ଆମେ ଅତିଷ୍ଠ ହୋଇପଡ଼ୁଛୁ। ତେଣୁ ଆମେ କେବଳ ସରକାରଙ୍କୁ ସତର୍କ କରିବା ପାଇଁ ଏଠାରେ ଅଛୁ। ଟାଟା ପାଓ୍ୱାରକୁ ହଟାଇଦିଆଯାଉ ଏବଂ ଆନ୍ଧ୍ର ଓ ତେଲେଙ୍ଗାନା ଭଳି ରାଜ୍ୟର ଚାଷୀଙ୍କୁ ମାଗଣାରେ ବିଜୁଳି ଯୋଗାଇ ଦିଆଯାଉ ବୋଲି ସଙ୍ଗଠନର ଆବାହକ ଅକ୍ଷୟ କୁମାର ଦାବି କରିଛନ୍ତି। ଦାବି ପୂରଣ ନହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛି ଆନ୍ଦୋଳନରତ ଚାଷୀ ସଙ୍ଗଠନ।

ଆମେ ସମଗ୍ର ଓଡିଶାରେ ଆନ୍ଦୋଳନକୁ ତୀବ୍ରତର କରିବୁ ଏବଂ ଏଥିପାଇଁ ସରକାର ଦାୟୀ ରହିବେ। ଯଦି ଆମର ଦାବି ପୂରଣ ନହୁଏ, ତେବେ କୃଷକମାନେ ସେମାନଙ୍କ ନୂଆ ସରକାର ପାଇବେ ବୋଲି ଅକ୍ଷୟ କୁମାର କହିଛନ୍ତି।

ସେ କହିଛନ୍ତି, ଏହା କେବଳ ଟ୍ରେଲର୍। ଦାବି ପୂରଣ ନହେଲେ ସରକାରକୁ କ୍ଷମତାରୁ ହଟାଇଦେବୁ। ଟାଟା ପାଓ୍ୱାର ଚାଷୀଙ୍କୁ ଶୋଷଣ କରୁଛି ବୋଲି ଜଣେ ଆନ୍ଦୋଳନରତ ସଦସ୍ୟ କହିଛନ୍ତି।

ଅନ୍ୟ ଜଣେ ବିକ୍ଷୋଭକାରୀ କ୍ଷୋଭ ପ୍ରକାଶ କରି କହିଛନ୍ତି, ସରକାର ବିଦ୍ୟୁତ୍ କ୍ଷେତ୍ରର ଘରୋଇକରଣ କରିଛନ୍ତି ଯାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅନ୍ୟ ରାଜ୍ୟଗୁଡ଼ିକ ଚାଷୀଙ୍କୁ ମାଗଣାରେ ବିଜୁଳି ଯୋଗାଇ ଦେଉଥିବା ବେଳେ ଓଡ଼ିଶାର ଅଧିକାଂଶ ଗାଁରେ ବିଜୁଳି କାଟ୍ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଓଡ଼ିଶା ସରକାର ଓ ଟାଟା ପାଓ୍ୱାର ମଧ୍ୟରେ ଥିବା ମଧୁଚନ୍ଦ୍ରିକା ଯୋଗୁଁ ଏହା ହେଉଛି ବୋଲି ସେ ଦାବି କରିଛନ୍ତି।

Leave A Reply

Your email address will not be published.