Latest Odisha News

BREAKING NEWS

ମହିଳା ଫୁଟବଲ ଲିଗ: ଓଡିଶା ଏଫସିର ବିଜୟଧାରାରେ ବ୍ରେକ ଦେଲା କିକଷ୍ଟାର୍ଟ ଏଫସି

ଭୁବନେଶ୍ୱର: ଚଳିତ ମହିଳା ଫୁଟବଲ ଲିଗରେ ରବିବାର ଓଡିଶା ଏଫସିର ବିଜୟ ଧାରାରେ ବ୍ରେକ ଦେଇଛି କିକଷ୍ଟାର୍ଟ ଏଫସି । ଅହମ୍ମଦାବାଦର ଶାହିଲବାଗ ପୋଲିସ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମୁକାବିଲାରେ ଓଡିଶା ଟିମ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା । ୨୦ତମ ମିନିଟରେ ଅଞ୍ଜୁଙ୍କୁ ବିପକ୍ଷ ଦଳର ଖେଳାଳି ଫାଉଲ ମାରିଥିଲେ । ରେଫରୀ ଓଡିଶାକୁ ଫ୍ରି କିକ ଦେଇଥିଲେ । ମାତ୍ର ବାଲା ଏହି ସୁବର୍ଣ୍ଣ ସୁଯୋଗ ହାତଛଡା କରିଥିଲେ । ୩୫ତମ ମିନିଟରେ କିକଷ୍ଟାର୍ଟ ପ୍ରଥମ ଗୋଲ ଦେବାରେ ସଫଳ ହୋଇଥିଲା । ଓଡିଶା ଟିମ ସମସ୍ତ ଉଦ୍ୟମ କରିବ ସତ୍ୱେ ମ୍ୟାଚକୁ ପ୍ରତ୍ୟାବର୍ତନ କରିପାରି ନ ଥିଲେ ।

୭୫ତମ ମିନିଟରେ କିକଷ୍ଟାର୍ଟ ୨-୦ର ଅଗ୍ରଣୀ ହାସଲ କରି ନେଇଥିଲା । ପରାଜୟ ସତ୍ୱେ ଓଡିଶା ଖେଳାଳିଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା । ଭାଗ୍ୟ ମଧ୍ୟ କିଛି ମାତ୍ରାରେ ଓଡିଶାକୁ ସହାୟ ହୋଇ ନ ଥିଲା । ସିଜନରେ ଅନ୍ୟ ମ୍ୟାଚ ଗୁଡିକରେ ଓଡିଶା ଭଲ ପ୍ରଦର୍ଶନ କରିବ ବୋଲି ଟିମ ମ୍ୟାନେଜମେଂଟ ପକ୍ଷରୁ ଦୃଢ଼ ଆଶା ପୋଷଣ କରାଯାଇଛି ।

Leave A Reply

Your email address will not be published.