Latest Odisha News

BREAKING NEWS

କୁକୁର ପାଳନ ନେଇ ବିଏମସି ଆଣିଲା ନୂଆ ନିୟମ, ନ ମାନିଲେ ୧୦ ହଜାର ଟଙ୍କା ଜରିମାନା

ଭୁବନେଶ୍ୱର: ରାଜଧାନୀରେ ପୋଷା କୁକୁର ରଖିବା ଲାଗି ବିଏମସି ବୈଠକରେ ବାଇ ଲ ପାରିତ ହୋଇଛି । ବିଜ୍ଞପ୍ତି ଅନୁସାରେ, କୁକୁର ରଖିବାକୁ ହେଲେ ବିଏମସି ନିକଟରେ ପଞ୍ଜିକରଣ କରିବାକୁ ପଡ଼ିବ । ୫ ଶହ ଟଙ୍କା ଦେଇ ମାଲିକ ବିଏମସି କାର୍ଯ୍ୟାଳୟରେ ପୋଷା କୁକୁରର ପଞ୍ଜିକରଣ କରିବେ ।

କୌଣସି ବ୍ୟକ୍ତି ୪ ମାସରୁ ଅଧିକ ସମୟ ଯାଏ ବାର୍ଷିକ ପଞ୍ଜିକରଣ ନ କରି କୁକୁର ରଖି ପାରିବେ ନାହିଁ । ଏଥିସହ କୁକୁର ରେବିଜ୍ ଟିକା ନେଇଥିବା ନେଇ ମାଲିକଙ୍କୁ ପଶୁ ଚିକିତ୍ସକଙ୍କ ଠାରୁ ପ୍ରମାଣପତ୍ର ଦେବା ବିଏମସି ବାଧ୍ୟତାମୂଳକ କରିଛି ।

କୁକୁରର ପଞ୍ଜିକରଣ ପରେ ଏକ ଟୋକନ ମିଳିବ । ଯେଉଁଥିରେ ମାଲିକଙ୍କ ନାଁ ସହ ଠିକଣା ରହିବ । ଏହାକୁ ସବୁବେଳେ କୁକୁର ବେକରେ ଝୁଲାଇବାକୁ ପଡ଼ିବ । କୌଣସି କୁକୁର ପଞ୍ଜିକରଣ ଟୋକନ ନଥାଇ ରାସ୍ତାରେ ବୁଲୁଥିଲେ ବିଏମସି ନେଇଯିବ ।

ବାହାରକୁ କୁକୁରକୁ ନେବା ବେଳେ ତାକୁ ମାଲିକ ବାନ୍ଧି କରି ନେବେ । ଯଦି କୁକୁର କାହାକୁ କାମୁଡ଼େ ଅବ କ୍ଷତି କରେ ସେଥିପାଇଁ ମାଲିକ ଦାୟୀ ରହିବେ । କୁକୁରକୁ ସର୍ବସାଧାରଣ ସ୍ଥାନକୁ ମାଲିକ ନେଇ ପାରିବେ ନାହିଁ । ବାଇ ଲକୁ କେହି ଉଲ୍ଲଂଘନ କଲେ ୧୦ ହଜାର ଟଙ୍କା ଯାଏ ଜରିମାନା ଦେବାକୁ ପଡ଼ିବ । ଏବଂ ବାରମ୍ବାର ନିୟମ ଉଲ୍ଲଂଘନ କଲେ ଦିନକୁ ୨୦୦ ଟଙ୍କା ଜରିମାନା ଆଦାୟ କରିବ ବିଏମସି ।

Leave A Reply

Your email address will not be published.