Latest Odisha News

BREAKING NEWS

ନିଜ ଭାଷାରେ ଶିକ୍ଷାଦାନ ବ୍ୟବସ୍ଥା: ୧୪୮୫ଟି ସ୍କୁଲରେ ହେଲା ଆରମ୍ଭ

ଭୁବନେଶ୍ୱର‌:  ରାଜ୍ୟର ବିଭିନ୍ନ ଅଞ୍ଚଳରେ କରୋନା ସଂକ୍ରମଣଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି । ତେବେ ରାଜ୍ୟର ଆଦିବାସୀ ଅଧ୍ୟୁସିତ ଅଞ୍ଚଳଗୁଡିକରେ ଆଦିବାସୀପିଲାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଣିକି ସେମାନଙ୍କର ନିଜ ଭାଷାରେ ସେମାନଙ୍କୁ ଶିକ୍ଷାଦାନ ଦେବା ଲାଗି ନିଷ୍ପତ୍ତି ହୋଇଛି । ପୂର୍ବଭଳି ପ୍ରାଥମିକ ସ୍ତରରୁ ଓଡ଼ିଆ ବଦଳରେ ନିଜ ନିଜ ଅଞ୍ଚଳରେ କୁହାଯାଉଥିବା ଭାଷାରେ ସେମାନଙ୍କୁ ପାଠପଢ଼ା ଯିବ । ଯାହା ଦ୍ୱାରା ସେମାନେ ସାମ୍ନା କରୁଥିବା ଭାଷା ଜନିତ ସମସ୍ୟା ଆଉ ରହିବ ନାହିଁ ।

ରାଜ୍ୟରେ ପ୍ରାୟ ୨୧ଟି ଭାଷାରେ ପାଠପଢ଼ାଇବା ପାଇଁ ୧୪୮୫ ସ୍କୁଲରେ ଏମ୍‌ଏଲ୍‌ଇ (‘ମଦର ଟଙ୍ଗ୍ ବେସଡ୍ ମଲ୍ଟି ଲିଙ୍ଗୁଆଲ୍ ଏଜୁକେସନ୍‌’) ଖୋଲା ଯାଇଛି । ଏହି ସ୍କୁଲ ଓଡ଼ିଶାର ୧୭ଟି ଆଦିବାସୀ ଅଧୂଶିତ ଜିଲ୍ଲାରେ କାର୍ଯ୍ୟକାରୀ ହେବ । ରାଜ୍ୟ ଆଦିବାସୀ ପରାମର୍ଶ କମିଟିର ସୁପାରିସ୍ କ୍ରମେ ୨୦୦୭-୦୮ମସିହାରୁ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଥିଲା । ଗତ ୨୦୧୪ ଜୁଲାଇ ୧ରେ ଏହି ଯୋଜନାକୁ ରାଜ୍ୟସରକାରଙ୍କ ସୁପାରିଶ ମିଳିଥିବା ବେଳେ ୨୦୨୧ରୁ ଏହାକୁ ଲାଗୁ କରାଯିବ ।

ରିପୋର୍ଟ ଅନୁଯାୟୀ, ୨୦୧୭-୧୮ ମସିହାରେ ସମ୍ପୃକ୍ତ ୧୭ଟି ଜିଲ୍ଲା ମଧ୍ୟରୁ ଅନୁଗୁଳ ଜିଲ୍ଲାରେ ୯୮୯ଜଣ ପିଲା ୨୧ଟି ମଦର ଟଙ୍ଗ୍ ବେସଡ୍ ମଲ୍ଟି ଲିଙ୍ଗୁଆଲ୍ ଏଜୁକେସନ୍ ବା ଏମ୍‌ଏଲ୍‌ଇ ସ୍କୁଲରେ ନାମ ଲେଖାଇଛନ୍ତି । ସେଥିରୁ ୮ଟି ଏମ୍‌ଏଲ୍‌ଇ ସ୍କୁଲରେ ହୋ ଭାଷା ଏବଂ ୧୩ଟି ପଉଡିଭୂୟାଁ ଭାଷାରେ ପାଠପଢ଼ା ହେଉଛି । ସେହିପରି ବାଲେଶ୍ୱର ଜିଲ୍ଲାରେ ୩୫୬୦ଜଣ ପିଲା ଏମ୍‌ଏଲ୍‌ଇ ସ୍କୁଲରେ ନାମ ଲେଖାଇଛନ୍ତି । ସେଥିରୁ୬ଟି ଏମ୍‌ଏଲ୍‌ଇ ସ୍କୁଲରେ ସାନ୍ତାଳୀ ଭାଷା ଏବଂ ୧୩ଟି ହୋ ଭାଷା, ବରଗଡ଼ ଜିଲ୍ଲାରେ ୧୯୦୬ଜଣ ପିଲାଙ୍କୁ ବିନ୍‌ଝାଲ୍ ଭାଷା, ଢ଼େଙ୍କାନାଳରେ ୪୩୩ଜଣ ପିଲାଙ୍କ ମଧ୍ୟରୁ ୫ଟି ଏମ୍‌ଏଲ୍‌ଇ ସ୍କୁଲରେ ଜୁଆଙ୍ଗ ଏବଂ ୫ଟି ସ୍କୁଲରେ ମୁଣ୍ଡା ଭାଷାରେ ପାଠପଢା ହେଉଛି । ଗଜପତି ଜିଲ୍ଲାରେ ୧୦ହଜାର ୪୬୯ ଛାତ୍ରଛାତ୍ରୀ ନାମଲେଖାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୦ଟି ଏମ୍‌ଏଲ୍‌ଇ ସ୍କୁଲରେ ସୌର ଏବଂ ୯୬ଟି ଏମ୍‌ଏଲ୍‌ଇ ସ୍କୁଲରେ କୁଇ ଭାଷାରେ ଶିକ୍ଷାଦାନ କରାଯାଉଛି । କନ୍ଧମାଳରେ ୬୯୨୨ପିଲାଙ୍କୁ ୧୦୦ଟି ଏମ୍‌ଏଲ୍‌ଇ ସ୍କୁଲରେ କୁଇ ଭାଷାରେ ପଢ଼ାଯାଉଛି । କଳାହାଣ୍ଡିରେ ୨୬୬୦ ପିଲାଙ୍କୁ ୨୦ଟି ଏମ୍‌ଏଲ୍‌ଇ ସ୍କୁଲରେ କୁଇ ଏବଂ ୨୫ଟି ଏମ୍‌ଏଲ୍‌ଇ ସ୍କୁଲରେ କୁଭି ଭାଷାରେ ପାଢ଼ାଯାଉଛି । କେନ୍ଦୁଝର ଜିଲ୍ଲାରେ ୧୨ହଜାର ୫୧୦ ପିଲାଙ୍କୁ ୫୮ଟି ଏମ୍‌ଏଲ୍‌ଇ ସ୍କୁଲରେ ଜୁଆଙ୍ଗ, ୨୦ଟି ଏମ୍‌ଏଲ୍‌ଇ ସ୍କୁଲରେ ସାନ୍ତାଳୀ ଏବଂ ୯୯ଟି ସ୍କୁଲରେ ହୋ ଭାଷାରେ ପାଠପଢ଼ା ହେଉଛି । କୋରାପୁଟ ଜିଲ୍ଲାରେ ୮ହଜାର ୧୨୨ଜଣ ପିଲା ନାମ ଲେଖାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୬ଟି ଏମ୍‌ଏଲ୍‌ଇ ସ୍କୁଲରେ କୁଭି, ୨୦ଟି ଭୁମିଆ, ୨୬ଟି ଭାତ୍ର, ୫୮ଟି ପରଜା ଏବଂ ୮ଟି ଗାଡବା ଭାଷାରେ ଶିକ୍ଷା କରାଯାଉଛି । ମାଲକାନଗିରି ଜିଲ୍ଲାରେ ୭୧୯୫ ପିଲା ଥିବା ବେଳେ ୮୦ଟି ଏମ୍‌ଏଲ୍‌ଇ ସ୍କୁଲରେ କୋୟା, ୨୦ଟି ସ୍କୁଲରେ ବଣ୍ଡା, ୧୩ଟି ସ୍କୁଲରେ ଦିଆଦି, ମୟୁରଭଞ୍ଜରେ ୫୪ହଜାର ୬୧୯ ପିଲା ପଢ଼ୁଥିବା ବେଳେ ସେମାନଙ୍କୁ ୫୮ଟିଏମ୍‌ଏଲ୍‌ଇ ସ୍କୁଲରେ ମୁଣ୍ଡା, ୧୨୦ଟି ସାନ୍ତାଳୀ ଭାଷାରେ ପାଠପଢ଼ା ଯାଉଛି । ନବରଙ୍ଗପୁରରେ ୪୪୨୭ ପିଲା ନାମଲେଖାଇଛନ୍ତି । ଏହି ଜିଲ୍ଲାରେ ଗାଡାବା, କୁଇ, ଭୁମିଆ, ଭାତ୍ରା, ପରଜା ଭାଷା ଥିବା ବେଳେ କେବଳ ୫୭ଟି ଏମ୍‌ଏଲ୍‌ଇ ସ୍କୁଲରେ ଗାଡାବ ଭାଷାରେ ପଢ଼ା ହେଉଛି । ନୂଆପଡ଼ା ଜିଲ୍ଲାରେ ୪୯୫ ପିଲା ନାମ ଲେଖାଇଥିବା ବେଳେ ୧୧ଟି ଏମ୍‌ଏଲ୍‌ଇ ସ୍କୁଲରେ ଭୁଞ୍ଜିଆଁ ଭାଷରେ ଶିକ୍ଷାଦାନ ହେଉଛି । ରାୟଗଡ଼ାରେ ୪୯୩୧ ପିଲାଙ୍କ ମଧ୍ୟରୁ ୬୩ଟି ଏମ୍‌ଏଲ୍‌ଇ ସ୍କୁଲରେ କୁଭି ଏବଂ ୩୨ଟି ଏମ୍‌ଏଲ୍‌ଇ ସ୍କୁଲରେ ସୌରା, ସମ୍ବଲପୁରରେ ୧୧ଶହ ପିଲାଙ୍କୁ ୩୭ଟି ଏମ୍‌ଏଲ୍‌ଇ ସ୍କୁଲରେ କିଶନ ଏବଂ ସୁନ୍ଦରଗଡ ଜିଲ୍ଲାରେ ୯ହଜାର ୨୭୬ ପିଲାଙ୍କ ମଧ୍ୟରୁ ୫୦ଟି ଏମ୍‌ଏଲ୍‌ଇ ସ୍କୁଲରେ ଓରାନ୍‌, ୪୨ଟି ଏମ୍‌ଏଲ୍‌ଇ ସ୍କୁଲରେ ମୁଣ୍ଡା, ୧୦ଟି ଏମ୍‌ଏଲ୍‌ଇ ସ୍କୁଲରେ ଖରିଆ, ୭ଟି ଏମ୍‌ଏଲ୍‌ଇ ସ୍କୁଲରେ ପାଉଡି ଭୁୟାଁ ଏବଂ ୨୦ଟି ଏମ୍‌ଏଲ୍‌ଇ ସ୍କୁଲରେ ହୋ ଭାଷାରେ ପାଠପଢ଼ା ହେଉଛି ।

ସେହିପରି ୨୧ଟି ଭାଷାରେ ପାଠପଢ଼ାଇବା ପାଇଁ ୨୩୯ଜଣ ଲାଙ୍ଗୁଏଜ୍ ଏନ୍‌ଷ୍ଟ୍ରକଟର୍ ନିଯୁକ୍ତି ପାଇଛନ୍ତି । ସେମାନଙ୍କ ମଧ୍ୟରୁ କନ୍ଧମାଳ ଜିଲ୍ଲାରେ ୧୮ଜଣ ନିଯୁକ୍ତି ପାଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ୧୭ଜଣ, ମୟୁଭଞ୍ଜରେ ୯୭ଜଣ, ରାୟଗଡ଼ାରେ ୫୫ଜଣ, ସମ୍ବଲପୁରରେ ୧୫ଜଣ, ସୁନ୍ଦରଗଡ଼ରେ ୩୭ଜଣ ଲାଙ୍ଗୁଏଜ୍ ଏନ୍‌ଷ୍ଟ୍ରକଟର୍ ନିଯୁକ୍ତି ହୋଇଛନ୍ତି ।

Leave A Reply

Your email address will not be published.