Latest Odisha News

BREAKING NEWS

ଆରପାରିରେ ରାଜ୍ୟପାଳ ଗଣେଶୀ ଲାଲଙ୍କ ପତ୍ନୀ

ଭୁବନେଶ୍ୱର: ଆରପାରିରେ ରାଜ୍ୟପାଳ ଗଣେଶୀ ଲାଲଙ୍କ ପତ୍ନୀ ସୁଶିଳା ଦେବୀ। ଗତକାଲି ରାତିରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି।

ରାଜ୍ୟପାଳଙ୍କ ପତ୍ନୀଙ୍କ ସହ, ରାଜ୍ୟପାଳ ଗଣେଶୀ ଲାଲ ଓ ପରିବାରର ଚାରିଜଣ ସଦସ୍ୟ ନଭେମ୍ବର ୧ ରେ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏମାନେ ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଥିଲେ।

ସୁଶିଳା ଦେବୀଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହାସହ ନବୀନ ରାଜ୍ୟପାଳ ତଥା ତାଙ୍କ ଶୋକସନ୍ତପ୍ତ ପରିବାରର ଅନ୍ୟ ସଦସ୍ୟଙ୍କ ପ୍ରତି ତାଙ୍କର ଗଭୀର ସମବେଦନା ଜଣାଇଛନ୍ତି।

Leave A Reply

Your email address will not be published.