Latest Odisha News

BREAKING NEWS

ବଙ୍ଗୋପସାଗରରେ ଅବପାତ ନେବ ବାତ୍ୟାର ରୂପ, ନାଁ ରହିବ ‘ନିଭାର’

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ତଥା ସଲଂଗ୍ନ ଦକ୍ଷଣ-ପୂର୍ବ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା । ଓ୍ୱାଲମାର୍କଡ ଲୋ ପ୍ରେସର ଅବପାତର ରୂପ ନେଇଛି । ଏହା ଧୀରେ ଧୀରେ ଅଧିକ ଘନୀଭୂତ ହେବ । ଆଗାମୀ ୨୪ ଘଣ୍ଟାରେ ଅବପାତର ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେଇପାରେ । ଏନେଇ ପାଣିପାଗ ବିଭାଗ ପୂର୍ବରୁ ସୂଚନା ଦିଆଯାଇଛି ।

ବଙ୍ଗାପସାଗରରେ ବାତ୍ୟା ସୃଷ୍ଟି ହେଲେ ଏହାର ନାଁ ରହିବ ନିଭାର । ଉତ୍ତର ପଶ୍ଚିମ ଦିଗରେ କତି କରି ୨୫ ତାରିଖ ମଧ୍ୟାହ୍ନ ବା ଅପରାହ୍ନ ବେଳକୁ ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଅତିକ୍ରମ କରିବ । ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁ ଓ ପୁଡୁଚେରୀକୁ ସତର୍କ ସୂଚନା ଜାରି କରାଯାଇଛି ।

ତେବେ ଏହି ବାତ୍ୟାର ପ୍ରଭାବ ଓଡ଼ିଶାରେ ପଡ଼ିବ ନାହିଁ । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ଜିଲ୍ଲାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୫ ଓ ୨୬ ତାରିଖରେ ତିନିଟି ଜିଲ୍ଲା କୋରାପୁଟ, ରାୟଗଡ଼ା, ଗଜପତିକୁ ୟେଲୋ ଓ୍ଵାଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ନବରଙ୍ଗପୁର, କନ୍ଧମାଳ, ମାଲକାନଗିରିରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି ।

Leave A Reply

Your email address will not be published.