Latest Odisha News

BREAKING NEWS

ଏକକ ବିଶ୍ୱବିଦ୍ୟାଳୟରେ ପରିଣତ ହେବ ଖଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ଖଲିକୋଟ କଲେଜର ଅନୁସନ୍ଧାନ ମୂଳକ ଗତିବିଧି ଉପରେ ଜୋର ଦେବା ପାଇଁ ଖଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ କୁ ଏକକ ବିଶ୍ୱବିଦ୍ୟାଳୟରେ ପରିଣତ କରାଯିବ । ଏନେଇ ବୁଧବାର ଦିନ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

ଖଲିକୋଟ କ୍ଲଷ୍ଟର କଲେଜ ଆଶାନୁରୂପ ସଫଳତା ନପାଇବାରୁ ଏହାକୁ ଏକକ ବିଶ୍ୱବିଦ୍ୟାଳୟରେ ପରିଣତ କରାଯାଉଛି । ଯାହାକି ଓଡିଶାର ଅନୁସନ୍ଧାନ ମୂଳକ ବିଶ୍ୱବିଦ୍ୟାଳୟ ରୂପେ ବିକସିତ ହେବ ବୋଲି ଉଚ୍ଚ ଶିକ୍ଷା ବିଭାଗ କହିଛି ।

ବିଜ୍ଞପ୍ତିରେ ପ୍ରକାଶ ପାଇଛି ଯେ, ଖଲିକୋଟ କ୍ଲଷ୍ଟର କଲେଜ ଅଧିନରେ ଥିବା ୫ଟି କଲେଜ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧିନରେ ରହିବ । କ୍ଲଷ୍ଟର କଲେଜ ଅଧିନରେ ନାଁ ଲେଖାଇଥିବା ଛାତ୍ରଛାତ୍ରୀମାନେ ସେହି କଲେଜ ଅଧିନରେ ପାଠ୍ୟକ୍ରମ ଶେଷ ହେବା ପର୍ଯ୍ୟନ୍ତ ରହିପାରିବେ ।

ସୂଚନାଯୋଗ୍ୟ, ମେ ୩୦, ୨୦୧୫ ମସିହାରେ ଓଡିଶା ସରକାର ବ୍ରହ୍ମପୁରରେ କ୍ଲଷ୍ଟର ବିଶ୍ୱବିଦ୍ୟାଳୟର ସ୍ଥାପନ କରିଥିଲେ । ଖଲିକୋଟ କଲେଜ, ଏସବିଆରଜି କଲେଜ, ବିନାୟକ ଆଚାର୍ଯ୍ୟ କଲେଜ, ସରକାରୀ ସାଇନ୍ସ କଲେଜ ଓ ଗୋପାଳପୁର ଡିଗ୍ରୀ କଲେଜ ଏହି କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ଅଧିନରେ ଅଛି ।

Leave A Reply

Your email address will not be published.