Latest Odisha News

BREAKING NEWS

ଟିକ୍ ଟକ୍ ନିଶା: ଅଳ୍ପକେ ମୃତ୍ୟୁ ମୁଖରୁ ବଂଚିଲେ ଆମେରିକାର କ୍ଲାର୍କ

ନୁ୍ୟର୍କ: ଟିକ୍ ଟକ୍ ଯୋଗୁ ଆମେରିକାର ଜାସନ କ୍ଲାର୍କ ଅଳ୍ପକେ ମୃତ୍ୟୁ ମୁଖରୁ ବଂଚିଛନ୍ତି । ୪ ଲକ୍ଷ ପ୍ରଶଂସକଙ୍କ ପାଇଁ ସେ କିଛି ନୂଆ କରିବା ଆଶାରେ ମୃତ୍ୟୁର ନିକଟତର ହୋଇ ଯାଇଥିଲେ । କ୍ଲାର୍କଙ୍କ ଏହି ପଦକ୍ଷେପକୁ ଅନେକ ପାଗଳାମୀ ବୋଲି କହୁଛନ୍ତି । ସେ ଏକ ବରଫ ଚଟାଣରେ ଗର୍ତ କରି ଭିତରକୁ ପହଁରିବାକୁ ଯାଇଥିଲେ । ତଳେ କିଛି ସମୟ ପହଁରିବା ପରେ ସେ ଆଉ ଉପରକୁ ଆସି ପାରି ନଥିଲେ । ବରଫ ଚାଦରକୁ ଭାଙ୍ଗିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ । ଶେଷରେ ପୋଷା କୁକୁରର ଛାଇ ଦେଖି ସେ ବହୁ କଷ୍ଟରେ ଉପରକୁ ଆସିିଥିଲେ ।

ମୁଁ ମୃତ୍ୟୁକୁ ଏତେ ପାଖରେ ଦେଖିବି ବୋଲି କେବେ ଭାବି ନ ଥିଲି । ଭଗବାନ ସହାୟ ହେବାରୁ ବଂଚିଲି ବୋଲି କ୍ଲାର୍କ କହିଛନ୍ତି । ସବୁଠାରୁ ବଡ କଥା ତାଙ୍କର ଏହି ଭିଡିଓ ମଧ୍ୟ ଏବେ ଭାଇରାଲ ହୋଇଛି ।

Leave A Reply

Your email address will not be published.