Latest Odisha News

BREAKING NEWS

ପଶ୍ଚିମ ଓଡ଼ିଶା ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ କେନ୍ଦ୍ର ରାଜି, ନିଷ୍ପତ୍ତି ରାଜ୍ୟ ସରକାରଙ୍କର: କିରେନ ରିଜିଜୁ

ଭୁବନେଶ୍ବର: ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ କେନ୍ଦ୍ର  ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ । ଆମକୁ କେବଳ ଅନୁମୋଦନ କରିବାର ଅଛି। ଏହାର ଭିତ୍ତିଭୂମି ସ୍ଥାପନ କରିବାର ଦାୟିତ୍ଵ ରାଜ୍ୟ ସରକାରଙ୍କର। ଏ ନେଇ ଆମେ ଆଗରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ସାରିଛୁ ଏବଂ ସଂସଦରେ ଏହାକୁ ନେଇ ଓଡ଼ିଶା ସାଂସଦମାନଙ୍କ ସହ ଆଲୋଚନା କରିସାରିଛି ବୋଲି କହିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ  । ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ସମ୍ପର୍କରେ ସେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି  ଏହାର ଶେଷ ନିଷ୍ପତ୍ତି ରାଜ୍ୟ ସରକାର ଓ ହାଇକୋର୍ଟଙ୍କୁ ନେବାର ଅଛି।

୯ଟି ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର କେନ୍ଦ୍ର ଆଇନ ଅଧିକାରୀଙ୍କ ସମ୍ମିଳନୀ ଆଜି ଭୁବନେଶ୍ବରରେ ଉଦ୍‌ଘାଟିତ ହୋଇଯାଇଛି । ଏହି ସମ୍ମିଳନୀକୁ ଉଦ୍‌ଘାଟନ କରି  କେନ୍ଦ୍ର ଆଇନ ମନ୍ତ୍ରୀ  କିରେନ  କହିଥିଲେ, ଦେଶରେ ୪ କୋଟି ୯୦ ଲକ୍ଷ ମାମଲା ପଡ଼ିରହିଛି। ଏଗୁଡ଼ିକର ସମାଧାନ କେମିତି ହେବ ସେ ନେଇ ପଦକ୍ଷେପ ନିଆଯାଉଛି ।   ତେବେ ଏହାର ସମାଧାନ ପାଇଁ ଟେକ୍ନୋଲୋଜି ଜରୁରୀ। ଏ ନେଇ ବଜେଟରେ ଇ-କୋଟ ଫେଜ୍ ୩ ପାଇଁ ୭୦୦୦ କୋଟି ମଞ୍ଜୁରି ଦିଆଯାଇଛି। ଏହାଦ୍ବାରା ଭାରତୀୟ ନ୍ୟାୟପାଳିକା ଡିଜିଟାଲ ଓ ପେପର୍ ଲେସ ହେବ ।

ସେ ଆହୁରି କହିଥିଲେ,  ସେ କହିଥିଲେ, ଆମ ସରକାର ଏବଂ ପାର୍ଲାମେଣ୍ଟ ପରିବର୍ତ୍ତିତ ସମୟ ଏବଂ ଆବଶ୍ୟକତା ପ୍ରତି ଖୁବ ସଚେତନ । ସାଧାରଣ ଲୋକ ନ୍ୟାୟ ପାଇବାରେ ଯେପିରି ବିଳମ୍ବ ନ ହୁଏ ସେ ବିଷୟରେ ଆମେ ସଚେତନ ଅଛୁ ।

ଆମେ କୋର୍ଟରେ ଆଞ୍ଚଳିକ ଭାଷା, ମାତୃଭାଷାକୁ ଗୁରୁତ୍ୱ ଦେବା ପାଇଁ ପ୍ରୟାସ ଆରମ୍ଭ କରି ଦେଇଛୁ । ଓଡ଼ିଶାରେ ଏହାର ଆରମ୍ଭ ହୋଇଯାଇଛି । ଓଡ଼ିଆ ଭାଷାକୁ ଜିଲ୍ଲା କୋର୍ଟ ଏବଂ ହାଇକୋର୍ଟରେ ପ୍ରଚଳିତ ହେବା ଆବଶ୍ୟକ । ଏହାକୁ ଅନୁବାଦ କରବା ପାଇଁ ଆମ ପାଖରେ ଟେକ୍ନୋଲଜି ଏବଂ ବ୍ୟବସ୍ଥା ଉପଲବ୍ଧ ଅଛି ବୋଲି କହିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ।

ଏହି ସମ୍ମିଳନୀରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍ ମୁରଲୀଧର ଏବଂ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଶ୍ରୀମତୀ  ବି.ଭି. ନାଗରଥନାଙ୍କ ସହ ଅନ୍ୟମାନେ  ଯୋଗ ଦେଇଛନ୍ତି। ସମ୍ମିଳନରେ ବିଭିନ୍ନ ଆଇନଗତ ସମସ୍ୟାକୁ ନେଇ ଆଲୋଚନା ହେଉଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ସମ୍ମିଳନୀ ହେଉଛି।

Leave A Reply

Your email address will not be published.