Latest Odisha News

BREAKING NEWS

୫ ଶିଶୁଙ୍କୁ ହତ୍ୟା କରିଥିବା ନୃଶଂସ ମାଆକୁ ମିଳିଲା ଇଚ୍ଛାମୃତ୍ୟୁ

ନୂଆଦିଲ୍ଲୀ: ବେଲିଜୟମରେ ନିଜର ୫ଟି ଶିଶୁକୁ ହତ୍ୟା କରିଥିବା ମାଆକୁ ଆଜି ଇଚ୍ଛାମୃତ୍ୟୁ ଦଣ୍ଡ ପ୍ରଦାନ କରାଯାଇଛି । ୨୮ ଫେବୃୟାରୀ ୨୦୦୭ରେ ଜେନିୱିଭ ହରମିଟ ରୋଷେଇ ଘରେ ବ୍ୟବହୃତ ଛୁରୀରେ ୫ଜଣଙ୍କୁ ହତ୍ୟା କରିଥିଲେ । ସେ ନିଜେ ଆତ୍ମହତ୍ୟା କରିବା ଉଦ୍ୟମ କରିଥିଲେ ବଂଚି ଯାଇଥିଲେ । ଫେବୃୟାରୀ ୨୮ରେ ସେ କୋର୍ଟଙ୍କୁ ଇଚ୍ଛା ମୃତ୍ୟୁ ମାଗିଥିଲେ । କୋର୍ଟଙ୍କ ଅନୁମତି ପରେ ବୁଧବାର ତାଙ୍କ ଶବକୁ ଅନ୍ତିମ ସଂସ୍କାର ପାଇଁ ପରିବାରବଗଙ୍କୁ ପ୍ରଦାନ କରାଯାଇଥିଲା । ହତ୍ୟା ପରେ କୋର୍ଟର ଶୁଣାଣୀ ସମୟରେ ହରମିଟଙ୍କ ଓକିଲ ତାଙ୍କୁ ମନୋରୋଗୀ ଭାବେ ପ୍ରମାଣିତ କରିଥିଲେ ।

ଅବଶ୍ୟ କୋର୍ଟ ତାଙ୍କୁ ଖଲାସ ନ କରି ଜେଲ ଦଣ୍ଡାଦେଶ ପ୍ରଦାନ କରିଥିଲେ । ବିବାହ ପରେ ପିଲାମାନଙ୍କ ସହ ସେ ନିଜକୁ ଫସି ଯାଇଥିବା ଅନୁଭବ କରିଥିଲେ । ସେ ଏକ ମୁକ୍ତ ଜୀବନ ଆଶାରେ ଏ ଭଳି ଜଘନ୍ୟ କାଣ୍ଡ ରଚିଥିଲେ । ସୂଚନାଯୋଗ୍ୟ ବେଲଜିୟମରେ ୨୦୨୨ରେ ୨୯୬୬ ଲୋକଙ୍କୁ ଇଚ୍ଛାମୃତ୍ୟୁ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.