Latest Odisha News

BREAKING NEWS

ଅଯୋଗ୍ୟ ହିତାଧିକାରୀ ଫେରାଇବେ କାଳିଆ ଟଙ୍କା

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୫୦ ହଜାର ଅଯୋଗ୍ୟ କାଳିଆ ହିତାଧିକାରୀ ଫେରାଇବେ କାଳିଆ ଯୋଜନା ଟଙ୍କା ।

ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ କୃଷି ସଚିବ ସୌରଭ ରର୍ଗ କହିଛନ୍ତି ଯେ, ‘ଏ ଯୋଜନାରେ ୫୧ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ମାତ୍ର ୯୮ ପ୍ରତିଶତ ଯୋଗ୍ୟ । ପ୍ରାୟ ୫୦ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ଫେରସ୍ତ ନେଇ ଚିଠି ହୋଇଛି । ବ୍ୟାଙ୍କ ଆକାଉଣ୍ଟ ନମ୍ବର ବି ସେମାନଙ୍କୁ ଦିଆଯାଇଛି ଯାହା ଜରିଆରେ ସେମାନେ ଟଙ୍କା ଫେରସ୍ତ କରିବେ।’

ଅଧିକ ଜମିଥିବା ଚାଷୀ, ସରକାରୀ ଚାକରିଆ ଓ ଆୟକର ରିଟର୍ଣ୍ଣ ଫାଇଲ କରୁଥିବା ହିତାଧିକାରୀଙ୍କୁ ଟଙ୍କା ଫେରାଇବା ନେଇ କୁହାଯାଇଛି । କିଛି ଚାଷୀ ଏହି ଟଙ୍କା ଫେରାଇଲେଣି ବୋଲି ସଚିବ କହିଛନ୍ତି ।

ରାଜ୍ୟ ବିଜେପି ଟଙ୍କା ଫେରସ୍ତ ଘଟଣାକୁ ନିନ୍ଦା କରିଛି । ସେପଟେ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି ନିର୍ବାଚନ ପାଇଁ ସରକାର ଯୋଗ୍ୟ ଅଯୋଗ୍ୟ ନ ଦେଖି ବ୍ୟଗ୍ର ହୋଇ ଟଙ୍କା ବାଣ୍ଟିଦେଲେ।
ତେବେ ଚାଷୀଙ୍କଠାରୁ ଟଙ୍କା ଫେରସ୍ତ ବଦଳରେ ଯେଉଁ ଅଫିସରମାନେ ଏଥିରେ ସମ୍ପୃକ୍ତି ଅଛନ୍ତି ଟଙ୍କା ବାଣ୍ଟିଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି ।

Leave A Reply

Your email address will not be published.