Latest Odisha News

BREAKING NEWS

ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସସ୍ମିତ ପାତ୍ର : ୨୦ ବର୍ଷରେ ପ୍ରଥମ ଥର ସ୍ଥାନ ପାଇଲେ ଜଣେ ଓଡିଆ ସାଂସଦ

ଭୁବନେଶ୍ୱର: ବିଗତ ୨୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇ ରାଜ୍ୟସଭା ଉପାଧ୍ୟକ୍ଷଙ୍କ ପ୍ୟାନେଲରେ ସ୍ଥାନ ପାଇଛନ୍ତି ଜଣେ ଓଡିଆ ସାଂସଦ ।

ବିଜେଡି ସାଂସଦ ସସ୍ମିତ ପାତ୍ର ଏହି ପ୍ୟାନେଲରେ ସ୍ଥାନ ପାଇଛନ୍ତି । ଏହି ପ୍ୟାନେଲରେ ସ୍ଥାନ ପାଇବା ଫଳରେ ଅଧ୍ୟକ୍ଷଙ୍କ ଆବଶ୍ୟକତା ଅନୁସାରେ ଗୃହକାର୍ଯ୍ୟ ସମ୍ପାଦନ କରିବା ଦାୟିତ୍ୱ ତୁଲାଇବେ । ଗୃହକାର୍ଯ୍ୟ ସମ୍ପାଦନା ଦାୟିତ୍ୱରେ ଥିବା ବେଳେ ଗୃହଙ୍କ ଅଧ୍ୟକ୍ଷଙ୍କ ଭଳି ତାଙ୍କର ସମସ୍ତ କ୍ଷମତା ରହିବ ।

ସସ୍ମିତ ପାତ୍ରଙ୍କ ସହ ଆଉ ପାଞ୍ଚ ଜଣ ସାଂସଦ ମଧ୍ୟ ଉପାଧ୍ୟକ୍ଷ ପ୍ୟାନେଲକୁ ମନୋନୀତ ହୋଇଛନ୍ତି । ଏଥି ପାଇଁ ସସ୍ମିତ ପାତ୍ର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.