Latest Odisha News

ମାତ୍ର ୯ ମାସରେ ୨୧ ହଜାର କୋଟି ଋଣ କଲେଣି ମୋହନ ସରକାର

ଭୁବନେଶ୍ୱର: ମୋହନ ସରକାର ଗତ ୯ ମାସ ମଧ୍ୟରେ ୨୧ହଜାର କୋଟିରୁ ଅଧିକ ଟଙ୍କା ଋଣ କରିଛନ୍ତି । ବିଧାନସଭାରେ ଲିଖିତ ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ୨୦୨୪ ଜୁନ ମାସରୁ ଫେବ୍ରୁଆରି ୨୦୨୫ ମଧ୍ୟରେ ୨୧ ହଜାର ୧୭୭ କୋଟି ୯୭ ଲକ୍ଷ ଟଙ୍କା ଋଣ କରିଛନ୍ତି।

ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଏହାରି ମଧ୍ୟରେ ରାଜ୍ୟ ସରକାର ୧୪ ହଜାର ୯୭୦ କୋଟି ଟଙ୍କା ଋଣ ପରିଶୋଧ କରିଥିବା ନେଇ ସେ ପ୍ରକାଶ କରିଛନ୍ତି।

 

Comments are closed.