Latest Odisha News

BREAKING NEWS

ବାତିଲ ହେଲା ଖଣି ନିଲାମ ପ୍ରକ୍ରିୟା, ଖୁବଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର: ଗତ ଅକ୍ଟୋବରରେ ଖଣି ନିଲାମ ନେଇ ଓଡିଶା ସରକାର ବିଜ୍ଞପ୍ତି ପ୍ରକାଶ କରିଥିବା ବେଳେ କୌଣସି କାରଣବଶତଃ ଉକ୍ତ ନିଲାମ ଟେଣ୍ଡରକୁ ବାତିଲ କରିଦେଇଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ଓଡିଶାରେ ଗତ ଅକ୍ଟୋବର ୪, ୧୪ ଓ ୧୮ ତାରିଖରେ ପ୍ରାୟ ୩ଟି ପର୍ଯ୍ୟାୟରେ ଏକ ବିଜ୍ଞପ୍ତି ଜରିଆରେ ୨୦ଟି ଲୁହା ଓ ମାଙ୍ଗାନିଜ ଖଣି ପାଇଁ ନିଲାମ ଡକାଯାଇଥିଲା ।

ଏହାବ୍ୟତିତ ଆସନ୍ତା ଡିସେମ୍ବର ୬ ତାରିଖରେ ସାନି ନିଲାମ ଆରମ୍ଭ କରିବା ଲାଗି ବିଜ୍ଞପ୍ତି ପ୍ରକାଶ ପାଇବା ନେଇ ରାଜ୍ୟ ସରକାର ଖଣି ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଅପରପକ୍ଷରେ ୨୦୨୦ ସୁଦ୍ଧା ରାଜ୍ୟ ସରକାର ଖଣି ନିଲାମ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିବା ପାଇଁ ଆଶା ରଖିଛନ୍ତି ।

 

Leave A Reply

Your email address will not be published.