Latest Odisha News

BREAKING NEWS

ଖୁବଶୀଘ୍ର ଖୋଲିପାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସ୍କୁଲ୍, ପ୍ରସ୍ତୁତ ଚାଲିଛି ଏସଓପି

ଭୁବନେଶ୍ୱର: ଅଙ୍ଗନୱାଡ଼ି ପରେ ଖୋଲିବ ବିଦ୍ୟାଳୟ । ପ୍ରଥମରୁ ଅଷ୍ଟମ ଯାଏ ସ୍କୁଲ ଖୋଲିବାକୁ ପ୍ରସ୍ତୁତ ହେଉଛନ୍ତି ସରକାର । ଏଥିନିମନ୍ତେ ଏସଓପି ପ୍ରସ୍ତୁତ କରାଯାଉଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ସୂଚନା ଦେଇଛନ୍ତି । ତେବେ, ନିର୍ଦ୍ଦିଷ୍ଟ ଭାବେ କେତେ ତାରିଖରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ଲାଗି ସ୍କୁଲ୍ ଖୋଲିବ ସେନେଇ ମନ୍ତ୍ରୀ ସୂଚନା ଦେଇନାହାଁନ୍ତି ।

ଆସନ୍ତା ୮ ତାରିଖରୁ ରାଜ୍ୟରେ ନବମ ଓ ଏକାଦଶ ପାଇଁ ସ୍କୁଲ ଖୋଲିବ । ଶିକ୍ଷକ ଅଭାବ ରହିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ଦକ୍ଷତା ଥିବା ପ୍ରାଥମିକ ସ୍କୁଲ ଶିକ୍ଷକଙ୍କୁ ଶିକ୍ଷାଦାନରେ ନିୟୋଜିତ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଅବସରପ୍ରାପ୍ତ ଶିକ୍ଷକ ବି ନିୟୋଜିତ ହେବେ । ରବିବାର କ୍ଲାସ୍ ହେବନାହିଁ ।

ରାଜ୍ୟରେ ଫେବ୍ରୁଆରୀ ୧ରୁ ଅଙ୍ଗନୱାଡ଼ି ଖୋଲି ସାରିଛି । ସ୍ୱତନ୍ତ୍ର ରିଲିଫ୍ କମିଶନର ମଧ୍ୟ ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ୍ ଖୋଲିବା ଲାଗି ଗାଇଡ୍ ଲାଇନ୍ ଜାରି କରିଛନ୍ତି । ଏନେଇ ଏସଓପି ପ୍ରସ୍ତୁତି ଚାଲିଥିବା ବିଭାଗୀୟ ମନ୍ତ୍ରୀ ସମୀର ଦାଶ କହିଛନ୍ତି । ଠିକ୍ ସମୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ୍ ଖୋଲାଯିବ ।

Leave A Reply

Your email address will not be published.