Latest Odisha News

BREAKING NEWS

ନିଜ ବିବାହକୁ ନେଇ ଆକର୍ଷଣୀୟ ଖୁଲାସା କରିଛନ୍ତି ପ୍ରିୟଙ୍କା; ବିବାହ ପୂର୍ବରୁ ପ୍ରିୟଙ୍କା ଏବଂ ନିକ୍‌ଙ୍କ ମଧ୍ୟରେ ରହିଥିଲା କିଛି ଏମିତି ସର୍ତ୍ତ

ନୂଆଦିଲ୍ଲୀ: ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଥିବା ତାଙ୍କ ଫିଲ୍ମ ହ୍ବାଇଟ୍ ଟାଇଗରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଅରବିନ୍ଦ ଆଡିଗାଙ୍କ ଉପନ୍ୟାସ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ରାଜକୁମାର ରାଓ ଏବଂ ଆଦର୍ଶ ଗୌରବ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

ଏହା ବ୍ୟତୀତ ପ୍ରିୟଙ୍କାଙ୍କ ଏବେ ତାଙ୍କ ବିବାହକୁ ନେଇ ଏକ ଗୁମର ଫିଟାଇଛନ୍ତି। ୨୦୧୮ ରେ, ପ୍ରିୟଙ୍କା ଯୋଧପୁରରେ ଆମେରିକୀୟ ଗାୟକ-ଅଭିନେତା ନିକ ଜୋନାସଙ୍କୁ ବିବାହ କରିଥିଲେ। ଏକ ସାକ୍ଷାତକାରରେ ପ୍ରିୟଙ୍କା ତାଙ୍କ ବିବାହ ବିଷୟରେ ଏକ ଆକର୍ଷଣୀୟ ଖୁଲାସା କରିଛନ୍ତି।

ପ୍ରିୟଙ୍କା କହିଛନ୍ତି ଯେ ବିବାହ ପୂର୍ବରୁ ଆମ ଦୁହେଁ ଦୁହିଁଙ୍କ କିଛି ସର୍ତ୍ତ ରଖିଥିଲୁ। ଆମେ ଦୁହେଁ ପ୍ରତି ତୃତୀୟ ସପ୍ତାହରେ ଦେଖାକରୁ। ଆମେ ଦୁନିଆରେ ଯେଉଁଠାରେ ଥାଉ ନା କାହିଁକି ମାସରେ ଥରେ ଆମେ ପରସ୍ପର ସହିତ କିଛି ଦିନ ବତାଇବାକୁ ପହଞ୍ଚିବୁ। ଯେତେବେଳେ ଆମେ ବିବାହ କରିଥିଲୁ ଏହା ଆମର ସର୍ତ୍ତ ଥିଲା। ଅନ୍ୟଥା, ଆମେ କଦାପି ପରସ୍ପରକୁ ଭେଟିବୁ ନାହିଁ।

Leave A Reply

Your email address will not be published.