Latest Odisha News

ମେଡ଼ିକାଲ ଛାତ୍ରଛାତ୍ରୀଙ୍କ ‘ବଣ୍ଡ୍ ପଲିସି’ ପରିବର୍ତ୍ତନ କଲେ ସରକାର, କାହିଁକି ଜାଣନ୍ତୁ

ଭୁବନେଶ୍ୱର: ଓଡିଶା ସରକାର ଚିକିତ୍ସା ବଣ୍ଡ୍ ନୀତିରେ ସାମାନ୍ୟ ପରିବର୍ତ୍ତନ ଆଣିଛନ୍ତି । ରାଜ୍ୟରେ ପିଜି ତଥା ସୁପର ସ୍ପେଶାଲିଷ୍ଟ ପାଠ୍ୟକ୍ରମ ସରିବା ପରେ ବାହାରକୁ ପଳାଇ ଯାଉଥିବା ମେଡିକାଲ ଛାତ୍ରଛାତ୍ରୀଙ୍କୁ ରୋକିବା ଲାଗି ଏଭଳି ସଂଶୋଧନ କରାଯାଇଥିବା ଜଣାପଡିଛି ।

ଯେଉଁ ଛାତ୍ରଛାତ୍ରୀମାନେ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଏମବିବିଏସ୍ ପରେ ପିଜି କିମ୍ବା ସୁପର ସ୍ପେଶାଲିଷ୍ଟ କୋର୍ସ କରୁଛନ୍ତି, ସେହି ମେଡିକାଲ ଛାତ୍ରଛାତ୍ରୀମାନେ ପ୍ରାୟ ୨ବର୍ଷ ଯାଏଁ ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟ କରିବାକୁ ବାଧ୍ୟ ବୋଲି ଗଣମାଧ୍ୟମକୁ ସୂଚନା ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ କହିଛନ୍ତି ।

“ପିଜି କୋର୍ସ କରୁଥିବା ଛାତ୍ରଛାତ୍ରୀମାନେ ପାଠ ପଢି ସାରିବା ପରେ ଯଦି ରାଜ୍ୟ ଭିତରେ କାମ ନକରନ୍ତି ତାହେଲେ ସେମାନଙ୍କୁ ପାଖାପାଖି ୧.୫ କୋଟି ଟଙ୍କା ଜୋରିମାନା ସ୍ୱରୂପ ରାଜ୍ୟ ସରକାରଙ୍କୁ ଦେବାକୁ ପଡିବ । ସେହିପରି ଯଦି ସୁପର ସ୍ପେଶାଲିଷ୍ଟ ଛାତ୍ରଛାତ୍ରୀମାନେ ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟ ନକରନ୍ତି, ତାହେଲେ ସେମାନଙ୍କୁ ପ୍ରାୟ ୨ କୋଟି ଟଙ୍କା ଦେବାକୁ ପଡିବ” ବୋଲି ମନ୍ତ୍ରୀ ଦାସ ପ୍ରକାଶ କରିଛନ୍ତି ।

ଆହୁରି ମଧ୍ୟ ଚଳିତ ବର୍ଷ ଠାରୁ ଏହି ନୂଆ ନିୟମ ଲାଗୁ ହେବ ବୋଲି ସେ ସୂଚନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ ଗୁଡିକରେ ପାଖାପାଖି ୪ ହଜାର ଡାକ୍ତର ପଦବୀ ଖାଲି ରହିଛି ।

Comments are closed.