Latest Odisha News

BREAKING NEWS

କୋଭିଡ୍ ପ୍ରେସମିଟରେ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ୭୦ ଲକ୍ଷ

ଭୁବନେଶ୍ୱର: ୨୦୨୦ରେ କୋଭିଡ୍ ପାଇଁ ସରକାର ନିୟମିତ ପ୍ରେସମିଟ୍ କରୁଥିଲେ । ଆଉ ଏହି ପ୍ରେସମିଟରେ ରାଜ୍ୟ ସରକାର ପ୍ରାୟ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି । କୋଭିଡ୍ ସମୟରେ ପ୍ରେସମିଟ୍ ମାଧ୍ୟମରେ ଅଧିକାରୀ ଓ ଡାକ୍ତର କୋଭିଡ୍ ସମ୍ବନ୍ଧୀୟ ସୂଚନା ଓ ତଥ୍ୟ ଦେଉଥିଲେ ।

ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁସାରେ, ମହାମାରୀ ସମୟରେ ମାର୍ଚ୍ଚରୁ ସେପ୍ଟେମ୍ବର ମଧ୍ୟରେ ୯୯ ଦିନ ପ୍ରେସମିଟ୍ କରାଯାଇଥିଲା । ଏପ୍ରିଲ୍ ମାସରେ ସର୍ବାଧିକ ୩୦ଟି ସାମ୍ବାଦିକ ସମ୍ମିଳନୀ କରାଯାଇଥିବା ଆରଟିଆଇ ଆବେଦନରୁ ଜଣା ପଡ଼ିଛି ।

କୋଭିଡ୍ ସାମ୍ବାଦିକ ସମ୍ମିଳନୀର ଟେଲିକାଷ୍ଟ ପାଇଁ ଏଲିଆନୋରା ଇମେଜେସ୍ ପ୍ରାଇଭେଟ୍ ଲିମିଟେଡ୍ ବୈଷୟିକ ସହାୟତା ପ୍ରଦାନ କରୁଥିଲା । ଏହି ବୈଷୟିକ ସହାୟତାରେ ୩ଟି କ୍ୟାମେରା, ସାଉଣ୍ଡ ସେଟ୍ ଓ ସୋସିଆଲ୍ ମିଡିଆ କଭରେଜ୍ ଆଦି ରହିଥିଲା ।

ପ୍ରେସମିଟ୍ ବାବଦକୁ ସଂସ୍ଥା ୫୮ ଲକ୍ଷ ୪୧ ହଜାର ଟଙ୍କାର ବିଲ୍ ଦେଇଥିବା ବେଳେ ସରକାର ୫୬ ଲକ୍ଷ ୪୩ ହଜାର ଟଙ୍କା ପୈଠ କରିଛନ୍ତି । ଉକ୍ତ ବିଲରେ ଏଲଇଡି ୱାଲ୍ ସହ ଡିଜିଟାଲ୍ ଜେନେରେଟର, ସାନିଟାଇଜର, ନାପକିନ୍ସ ଓ ହ୍ୟାଣ୍ଡୱାସ୍ ଖର୍ଚ୍ଚ ଲାଗି ୧୩ ଲକ୍ଷ ଟଙ୍କା ମାର୍ଚ୍ଚ ୨୫ରୁ ମେ ୧୮ ମଧ୍ୟରେ ହୋଇଥିବା ବିଭାଗ ସୂଚନା ଦେଇଛି ।

Leave A Reply

Your email address will not be published.