ଭୁବନେଶ୍ୱର: ସାରା ଓଡ଼ିଶାରେ ପ୍ରଚଣ୍ଡ ଗରମ ପ୍ରବାହ ଜାରି ରହିଛି। ଯାହା ଫଳରେ ରାଜ୍ୟ ସରକାର ମଙ୍ଗଳବାର ଘୋଷଣା କରିଛନ୍ତି ଯେ ଚଳିତ ବର୍ଷ ଗ୍ରୀଷ୍ମ ଋତୁର ପିକ୍ ଆୱାରରେ କୌଣସି ବିଦ୍ୟୁତ୍ କାଟ୍ କରାଯିବ ନାହିଁ।
ଶକ୍ତି ବିଭାଗ ଦାୟୀତ୍ଵରେ ଥିବା ଉପମୁଖ୍ୟମନ୍ତ୍ରୀ କେ ଭି ସିଂହ ଦେଓ କହିଛନ୍ତି ଯେ ଗ୍ରୀଷ୍ମ ଋତୁରେ ଖାସକରି ଦିନ ବେଳେ ବିଦ୍ୟୁତ୍ କାଟ କରିବାରୁ ନିବୃତ୍ତ ରହିବାକୁ ଡିସକମ୍ସକୁ କୁହାଯାଇଛି। କିଛି ସ୍ଥାନରେ ବଜ୍ରପାତ ଯୋଗୁଁ ବିଦ୍ୟୁତ୍ ବ୍ୟାଘାତ ହେଉଥିବା ବେଳେ ତୁରନ୍ତ ଯୋଗାଣ ପୁନଃସ୍ଥାପିତ କରାଯାଉଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଲେ ମଧ୍ୟ ଯୋଗାଣ ସୁନିଶ୍ଚିତ କରିବା ପାଇଁ ବ୍ୟବସ୍ଥା କରାଯାଉଛି।ଉପମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ବିଲ୍ ପଇଠ କରିନଥିଲେ ମଧ୍ୟ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହେବ ନାହିଁ।”
ଉଲ୍ଲେଖଯୋଗ୍ୟ; ଅସହ୍ୟ ତାତି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଉପକୂଳ ଓଡ଼ିଶାରେ ତାତି କମ୍ ଥିଲେ ବି ଅସମ୍ଭାଳ ହୋଇଛି ଗୁଳୁଗୁଳି ପ୍ରକୋପ। ମେ’ ଶେଷ ଭଳି ଗୁଳୁଗୁଳି ଅତିଷ୍ଠ କରି ପକାଇଲାଣି ଏପ୍ରିଲରେ। ଡରାଇଲାଣି ପାଣିପାଗ ପୂର୍ବାନୁମାନ। ଆଗକୁ ତାତି ଆହୁରି ସାଂଘାତିକ ରୂପ ନେବ। ୨୫ ତାରିଖ ଯାଏ ଟିକିଏ ବି ନିସ୍ତାର ଆଶା ନାହିଁ। ଗ୍ରୀଷ୍ମ ଲହରୀରେ ଜଳିବ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା। ୨୩ରୁ ଉପକୂଳ ଓଡ଼ିଶାରେ ତାତି ପ୍ରକୋପ ଆହୁରି ବଢିବ।
Comments are closed.