Latest Odisha News

BREAKING NEWS

ରବିବାର ଦିନ ୧୦ଟାରେ କରୋନାକୁ ନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ମାମଲା ୧୦ ହଜାର ଟପିଛି । ଟ୍ୱିନ୍ ସିଟି ଭୁବନେଶ୍ୱ ଓ କଟକରେ ଗୋଷ୍ଠୀ ସଂକ୍ରମଣ ସ୍ଥିତି ଉପୁଜିଛି । ନାଇଟ୍ କର୍ଫ୍ୟୁ ଓ ସପ୍ତାହନ୍ତ ସଟଡାଉନ୍ ସତ୍ତ୍ୱେ ସଂକ୍ରମଣ ଥମିବାର ନାଁ ନେଉନି । ଏଭଳି ସ୍ଥିତିରେ କରୋନାର ଚେନକୁ ଭାଙ୍ଗିବାକୁ ରାଜ୍ୟ ସରକାର ଗ୍ରହଣ କରିପାରନ୍ତି ଲକଡାଉନ୍ ଭଳି କଠୋର ପଦକ୍ଷେପ । ଏନେଇ ସୋସିଆଲ୍ ମିଡିଆରେ ଜୋର୍ ଚର୍ଚ୍ଚା ହେଉଛି ।

ଚର୍ଚ୍ଚା ଓ ଆଲୋଚନା ଲାଗି ରହିଥିବା ବେଳେ ଆସନ୍ତାକାଲି ରବିବାର ରାଜ୍ୟ ସରକାର କରୋନା ପରିଚାଳନା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବେ । ଦିନ ୧୦ଟା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରେସମିଟରେ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯିବ ବୋଲି ଜଣାପଡ଼ିଛି । ତେବେ ସରକାର କରୋନା ମୁକାବିଲା ନେଇ କଣ ନୂଆ ଘୋଷଣା କରିବା ତାକୁ ହିଁ ସମସ୍ତଙ୍କ ଅପେକ୍ଷା ରହିଛି ।

ରାଜ୍ୟରେ ଏବେ ୬୧ ହଜାର ୪୫୨ଟି ସକ୍ରିୟ ସଂକ୍ରମଣ ମାମଲା ରହିଥିବା ବେଳେ ୩ ଲକ୍ଷ ୯୧ ହଜାର ୪୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୫୪ ହଜାର ୬୦୭ ଥିବାବେଳେ ୨୦୫୪ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ମେ ୧୫ ଯାଏ ସଂକ୍ରମଣ ପିକରେ ରହିବା ଆଶଙ୍କା କରାଯାଉଛି । ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମେ ୨୦ ଯାଏ ଲକଡାଉନ୍ ଭଳି କଡ଼ା କଟକଣା ଲାଗୁ କରିପାରନ୍ତି ।

Leave A Reply

Your email address will not be published.