ଭୁବନେଶ୍ୱର: ଏଣିକି ଗ୍ରୀନ୍ ଜୋନ୍ରେ ଗଡିପାରିବ ବସ୍ । ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଗ୍ରୀନ୍ଜୋନ୍ରୁ ଅନ୍ୟ ଏକ ଗ୍ରୀନ୍ଜୋନ୍କୁ ବସ ଚଳାଚଳ କରିପାରିବ । ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍ ଚଳାଚଳ ହୋଇପାରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଏସ୍ଆର୍ସି କହିଛନ୍ତି ।
ତେବେ ରେଡ୍, ଅରେଂଜ ଜୋନ୍ରେ ବସ୍ ଚାଲି ପାରିବ ନାହିଁ । ଏଥିସହ ଗ୍ରୀନ୍ ଜୋନ୍ରୁ ଆସୁଥିବା ବସ୍ ରେଡ୍ ଓ ଅରେଂଜ ଜୋନ୍ ଦେଇ ଅତିକ୍ରମ କରିବାକୁ ଥିଲେ ସେହି ବସ୍କୁ ଅନୁମତି ମିଳିବ ନାହିଁ । କେବଳ ଗ୍ରୀନ୍ ଜୋନ୍ ଭିତରେ ହିଁ ବସ ଚଳାଇବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।
କେବଳ ସେତିକି ନୁହେଁ ପାସ୍ ନଥିଲେ ମଧ୍ୟ ପ୍ରବେଶ ମନା ହୋଇଛି । ବିନା ପାସ୍ରେ ଓଡ଼ିଆ ଭିତରକୁ ପଶିପାରିବନି କୌଣସି ବି ବସ୍ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।
Comments are closed.