Latest Odisha News

BREAKING NEWS

ଲକ୍‌ଡାଉନ ଡାଏରୀ : ଘର କାମରେ ମାଆଙ୍କୁ ସାହାଯ୍ୟ କରିବା ସହ ନୃତ୍ୟାଭ୍ୟାସ କରୁଛନ୍ତି ଅଭିନେତ୍ରୀ ଦିବ୍ୟା

ଭୁବନେଶ୍ୱର : ତୃତୀୟ ଥର ପାଇଁ ବଢିଛି ଲକ୍ ଡାଉନ ଅବଧି । ତେବେ ଏହି ସମୟରେ ସମସ୍ତେ ସମୟକୁ ଉପଯୋଗ କରିବାକୁ ଯାଇ କିଏ ବହି ପଢାରେ ତ କିଏ ନୃତ୍ୟ, ଗୀତ କିମ୍ବା ଚିତ୍ର କରିବାରେ ମନୋନିବେଶ କରୁଛନ୍ତି । ଆମର ସ୍ୱତନ୍ତ୍ର ସେଗମେଣ୍ଟ ଲକ୍‌ଡାଉନ ଡାଏରୀରେ ଜାଣିବା ଓଲିଉଡର ଅଭିନେତ୍ରୀ ଦିବ୍ୟା କେମିତି କାଟୁଛନ୍ତି ତାଙ୍କ ସମୟ ।

ସୁନ୍ଦରଗଡର ସଲମାନ ଖାନ, ତୁ କହିଦେ ଆଇ ଲଭ ୟୁ, ମିଷ୍ଟର ମଜନୁର ଅଭିନେତ୍ରୀ ଦିବ୍ୟା ଏବେ ସୁଟିଂ ନ ଥିବାରୁ ଘରେ ଅଛନ୍ତି । ସାଧାରଣତଃ ସବୁ ବେଳେ ପାଠ ପଢା ସହ ସୁଟିଂରେ ବ୍ୟସ୍ତ ରହୁଥିବା ବେଳେ ଏବେ ତାଙ୍କୁ ପରିବାର ସଦସ୍ୟଙ୍କ ସହ ସମୟ ବିତାଇବା ପାଇଁ ସମୟ ମିଳିଛି ।

ମୁଖ୍ୟତଃ ଏହି ସମୟରେ ସେ ନିଜ ଡାଏଟ୍ ଓ ଫିଟ୍‌ନେସ୍ ପାଇଁ ବିଶେଷ ଗୁରୁତ୍ୱ ଦେଉଥିବା କହିଛନ୍ତି ଦିବ୍ୟା । ସକାଳୁ ଉଠି ସେ ପ୍ରତିଦିନ ଯୋଗ କରୁଛନ୍ତି ।

ଲକ୍ ଡାଉନ ନେଇ ଦିବ୍ୟା କହନ୍ତି, ‘ଏହି ଲକ୍ ଡାଉନ ସମୟରେ ମୁଁ ମାଆଙ୍କୁ ଘର କାମରେ ସାହାଯ୍ୟ କରି କେତେ କାମ ଶିଖି ଗଲିଣି । ସକାଳୁ ବେଡ୍ ସଜାଯିବା ଘର ସଫା କରିବା ଇତ୍ୟାଦି କରୁଛି ।’

ଜଣେ ଓଡଶୀ ନୃତ୍ୟଶିଳ୍ପୀ ହୋଇଥିବାରୁ ସେ ପ୍ରତ୍ୟେକ ଦିନ କିଛି ସମୟ ଓଡିଶୀ ନୃତ୍ୟ ଅଭ୍ୟାସ କରୁଛନ୍ତି । ଭୁଲ ଭଟକା ଥିବା କେତେକ ମୁଦ୍ରାକୁ ସେ ଅଭ୍ୟାସ କରି ପରଫେକ୍ଟ କରିବାକୁ ଚେଷ୍ଟା କରୁଛନ୍ତି ।

ପ୍ରତିଦିନ ସନ୍ଧ୍ୟା ଦିବ୍ୟା ମାଆ ବାପାଙ୍କ ସହ ମିଶି ଛାତ ଉପରେ ପାର୍ଟି କରନ୍ତି । ଏଥି ପାଇଁ ଦିବ୍ୟା କିଛିନା କିଛି ପାଟି ସୁଆଦିଆ ଖାଦ୍ୟ ତିଆରି କରି ସମସ୍ତେ ମିଶି ଖାଇଥାନ୍ତି ।

ଏ ନେଇ ଦିବ୍ୟା କହନ୍ତି ‘ମୁଁ ଇଟାଲିଆନ, ଥାଇ, ଚାଇନିଜ୍ ଆଇଟମ୍ ପ୍ରସ୍ତୁତ କରିବାକୁ ପସନ୍ଦ କରେ । କେବେ ଭଲ ହୁଏ କେବେ ଏମିତି ହୁଏ ପାଟିରେ ବି ଦେଇହୁଏନି । କିନ୍ତୁ ଏକ୍ସପରିମେଣ୍ଟ ଚାଲେ ।

ଏହା ବ୍ୟତୀତ ସେ କେତେବେଳେ ଗୁପ୍‌ଚୁପ୍ ତିଆରି କରିବା ତ କେତେବେଳେ ଓରିଓ ସେକ୍ ବି ପ୍ରସ୍ତୁତ କରିଥାନ୍ତି ।

ଲକ୍ ଡାଉନ ସମୟରେ ନିଜ ଭବିଷ୍ୟତର ଯୋଜନାଗୁଡିକ ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ସେ ଅନ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.