Latest Odisha News

ବିଦେଶ ଫେରନ୍ତା ଫୋନ୍ ନ ଉଠାଇଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ତେବେ ଏହା ସତ୍ତ୍ୱେ ମଧ୍ୟ ରାଜ୍ୟରେ କରୋନା ସଂଖ୍ୟା କମିବା ଅପେକ୍ଷା ବଢ଼ି ଚାଲିଛି । ଏହାରି ମଧ୍ୟରେ ଆଉ ଏକ ନୂଆ ଗାଇଡାଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର ।

କୋଭିଡ କଲ ସେଣ୍ଟରରୁ କଲ ଉଠାଇ ସହଯୋଗ ପାଇଁ ବିଦେଶୀ ଫେରନ୍ତା ସମସ୍ତ ପ୍ରବାସୀଙ୍କୁ ଅପିଲ କରିଛନ୍ତି ରାଜ୍ୟ ସରକାର । ସରକାରଙ୍କ ମତରେ, ୧୦୪ ନଂ/କଲ ସେଣ୍ଟରରୁ ପ୍ରବାସୀଙ୍କ ପଞ୍ଜିକୃତ ମୋବାଇଲକୁ କଲ୍ ଯାଇପାରେ । ଫୋନ୍ ବନ୍ଦ ଥିଲେ ବା କଲ୍ ନଲାଗିଲେ ପ୍ରବାସୀ କ୍ୱାରେଣ୍ଟାଇନରେ ନଥିବା ଧରାଯିବ । ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.