Latest Odisha News

BREAKING NEWS

ଟ୍ୱିଟର ଟ୍ରେଣ୍ଡ: ଅଭିନେତ୍ରୀ ସ୍ୱରା ଭାସ୍କରଙ୍କୁ ଗିରଫ କରାଯାଉ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରର ସ୍ୱରା ଭାସ୍କର । ତାଙ୍କର ଏକ ଭିଡିଓ ଏବେ ଟ୍ୱିଟରରେ ଟ୍ରେଣ୍ଡ କରୁଛି । #ArrestSwaraBhaskar ନାମରେ ଏହା ଟ୍ୱିଟରର ଟ୍ରେଣ୍ଡିଂ ତାଲିକାରେ ଅଛି । ଏଥିରେ ସ୍ୱରା ଭାସ୍କରଙ୍କୁ ଗିରଫ କରିବାକୁ ଦାବି କରାଯାଇଛି । ଆଣ୍ଟି CAA ବିରୋଧୀ ରାଲି ସମୟରେ ସ୍ୱରା ଭାସ୍କରଙ୍କ ଭାଷଣର ଏକ ଭିଡିଓ କ୍ଲିପ୍ ମଧ୍ୟ ଟ୍ୱିଟରରେ ଭାଇରାଲ ହେଉଛି ।

ଅନେକ ଟ୍ୱିଟର ୟୁଜର୍ସ ଏହି ଭିଡିଓକୁ ଟୁଇଟ୍ କରି ଲେଖିଛନ୍ତି ଯେ ସ୍ୱରା ଭାସ୍କରଙ୍କୁ ଗିରଫ କରାଯିବା ଉଚିତ୍ । ତେବେ ଉକ୍ତ ଭିଡିଓର ସତ୍ୟାସତ୍ୟ ଉପରେ କୌଣସି ପୃଷ୍ଟି କରାଯାଇ ନାହିଁ । ସ୍ୱରା ଭାସ୍କର ଦିଲ୍ଲୀ ଦଙ୍ଗାକୁ ପ୍ରୋତ୍ସାହନ କରିଥିବା କିଛି ଟ୍ୱିଟର ୟୁଜର୍ସ ଅଭିଯୋଗ କରିଛନ୍ତି ।

ଜଣେ ଟ୍ୱିଟର ୟୁଜର୍ସ ଲେଖିଛନ୍ତି ଯେ, ସ୍ୱରା ଭାସ୍କର ମୁମ୍ବାଇରୁ ଦିଲ୍ଲୀ ଆସି ଏଠାରେ ନିଆଁ ଲଗାଇଛନ୍ତି । ଫଳରେ ଅନେକ ଲୋକଙ୍କୁ ନିଜ ଘର ଛାଡ଼ିବାକୁ ପଡିଥିଲା । ଏହାସହ ସେମାନଙ୍କ ଆତ୍ମୀୟଙ୍କର ମୃତ୍ୟୁ ମଧ୍ୟ ହେଲା । ସ୍ୱରା ଜେଲର ଚାରି କାନ୍ଥ ମଧ୍ୟରେ ରହିବା ଉଚିତ୍‌ । ଜାନୁଆରୀ ୫ରେ ସ୍ୱରା କରିଥିବା ଏକ ଟ୍ୱଟ୍‌କୁ ରି-ଟ୍ୱିଟ୍ କରି ସେ ଏଭଳି କଡ଼ା ସମାଲୋଚନା କରିଛନ୍ତି ।

ତବେ ଟ୍ୱିଟରରେ ଟ୍ରେଣ୍ଡ କରୁଥିବା #ArrestSwaraBhaskarର ଜବାବ ମଧ୍ୟ ରଖିଛନ୍ତି ସ୍ୱରା । ସେ କହିଛନ୍ତି ମୁଁ ଏକ ସପ୍ତାହ ହେଲା ପ୍ରାୟ ଟ୍ୱିଟର କଂଟ୍ରଭର୍ସିରେ ସାମିଲ ନାହିଁ । ଆପଣମାନେ ଭାବୁନିଅନ୍ତୁ ମୁଁ ମରିଗଲି ବୋଲି ସେ ଲେଖିଛନ୍ତି ।

Leave A Reply

Your email address will not be published.