Latest Odisha News

BREAKING NEWS

Odisha e-detection system:ସ୍ୱୟଂଚାଳିତ ଭାବେ ଇ-ଚାଲାଣ କଟିବ;ରାସ୍ତାକୁ ବାହାରିବା ପୂର୍ବରୁ PUCC ଓ ବୀମା ଯାଞ୍ଚ କରନ୍ତୁ…

ଭୁବନେଶ୍ବର:ଗାଡ଼ିର ବୈଧ ପ୍ରଦୂଷଣ ପ୍ରମାଣପତ୍ର (PUCC)କିମ୍ବା ବୀମା ନଥିଲେ ଏବେ ଆଉ ବର୍ତ୍ତି ପାରିବେ ନାହିଁ । ରାଜ୍ୟରେ ସେପ୍ଟେମ୍ବର ୧ ରୁ ଇ-ଡିଟେକ୍ସନ୍ ସିଷ୍ଟମ୍ କାର୍ଯ୍ୟକାରୀ ହୋଇଛି। ବର୍ତ୍ତମାନ ଗାଡ଼ିର ବୈଧ ପ୍ରଦୂଷଣ ପ୍ରମାଣପତ୍ର (PUCC), ଫିଟନେସ୍, ରୋଡ୍ ଟ୍ୟାକ୍ସ ଏବଂ ବୈଧ ବୀମା ନଥିଲେ ‘e-Detection’ ସିଷ୍ଟମ୍ ସହାୟତାରେ ସ୍ୱୟଂଚାଳିତ ଭାବେ ଗାଡ଼ିଗୁଡ଼ିକୁ ଚିହ୍ନଟ କରାଯିବ।

ଦସ୍ତାବିଜ୍ ନଥିଲେ ଇଲେକ୍ଟ୍ରୋନିକ୍ ପଦ୍ଧତିରେ ହେବ ଚିହ୍ନଟ ଏବଂ ଜାରି ହେବ ଇ-ଚାଲାଣ। ତେଣୁ ଗାଡ଼ି ନେଇ ବାହାରିବା ପୂର୍ବରୁ PUCC ଓ ବୀମାର ବୈଧତା ଯାଞ୍ଚ କରିନିଅନ୍ତୁ। ଗାଡ଼ି ମାଲିକମାନେ ଅଧିକୃତ ସରକାରୀ ପୋର୍ଟାଲରେ ନିଜ ଗାଡ଼ିର PUCC, ବୀମା ସମେତ ଅନ୍ୟ ବୈଧାନିକ ଦସ୍ତାବିଜର ସ୍ଥିତି ଯାଞ୍ଚ କରିପାରିବେ।

ଏଥିସହ ପୂର୍ବରୁ ଥିବା ବକେୟା ଇ-ଚାଲାଣ ପୈଠ କରିବାକୁ ମଧ୍ୟ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟ ପରିବହନ ପ୍ରାଧିକଣ (STA) ଦ୍ୱାରା ଜାରି କରାଯାଇଥିବା ଏକ ସାର୍ବଜନୀନ ବିଜ୍ଞପ୍ତି ଅନୁଯାୟୀ, ସର୍ବସାଧାରଣ ରାସ୍ତାରେ ଚାଲୁଥିବା ମୋଟର ଯାନଗୁଡ଼ିକ ପାଇଁ PUCC ଏବଂ ବୀମା ସମେତ ବୈଧ ଆଇନଗତ କାଗଜପତ୍ର ରଖିବା ବାଧ୍ୟତାମୂଳକ ଅଟେ ।

Comments are closed.