Latest Odisha News

BREAKING NEWS

କୋଭିଡ୍ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଅନ୍ୟରାଜ୍ୟ ପାଇଁ ଉଦାହରଣ ପାଲଟିଛି : ସାଂସଦ ଅଚ୍ୟୁତ ସାମନ୍ତ

ନୂଆଦିଲ୍ଲୀ : ସଂସଦରେ କୋଭିଡ ସମ୍ପର୍କରେ ଆଲୋଚନା କଲେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ। କୋଭିଡ୍ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଅନ୍ୟରାଜ୍ୟ ପାଇଁ ଉଦାହରଣ ପାଲଟିଛି ବୋଲି ଅଚ୍ୟୁତ ସାମନ୍ତ ଲୋକସଭାରେ କହିଛନ୍ତି। ଉତ୍ତମ କୋଭିଡ୍‍ ପରିଚାଳନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସମସ୍ତ ପ୍ରଶାସନକୁ ସେମାନଙ୍କ କାର୍ଯ୍ୟକୁ ବିଜୁ ଜନତା ଦଳ ପକ୍ଷରୁ ଶ୍ରୀ ସାମନ୍ତ ଧନ୍ୟବାଦ ଜଣାଇଥିଲେ।

କୋଭିଡ୍‍ ସମୟରେ ସମସ୍ତ ଭାରତୀୟ ଶୃଙ୍ଖଳିତ ଭାବେ ସଚେତନ ରହିବା ସହ କୋଭିଡ୍‍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିଥିବାରୁ ଶ୍ରୀ ସାମନ୍ତ ଭାରତୀୟଙ୍କୁ ଧନ୍ୟବାଦ ଜଣାଇଥିଲେ। କୋଭିଡ୍‍ ପରିଚାଳନାରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରାକୁ ସଂସଦରେ ଶ୍ରୀ ସାମନ୍ତ ଉଚ୍ଚ ପ୍ରଶଂସା କରିବା ସହ । ଓଡ଼ିଶାରେ କରୋନା ସମୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ସମ୍ମୁଖ ଯୋଦ୍ଧା ଭାବେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ସାଂସଦ କହିଛନ୍ତି ।

ମିଶନ ଶକ୍ତିର ମୋ ଜୀବନ କାର୍ଯ୍ୟକ୍ରମରେ ସେମାନେ ଗାଁ ଗାଁ ବୁଲି କରୋନା ଉପରେ ଲୋକଙ୍କୁ ସଚେତନ କରାଇବା ସହ ଲକ୍ଷ ଲକ୍ଷ ମାସ୍କ ତିଆରି କରି ବଣ୍ଟନ କରିଥିଲେ। ଏହା ବ୍ୟତୀତ ତାଲାବନ୍ଦ ସମୟରେ ମାଗଣା ରୋଷଶାଳା ମାଧ୍ୟମରେ ଗ୍ରାମାଞ୍ଚଳର ହଜାର ହଜାର ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବା ସହ ଲୋକଙ୍କ ଘରେ ପନିପରିବା ପହଞ୍ଚାଇପାରିଥିଲେ।

କୋଭିଡ୍‍ ସମୟରେ କରୋନା ମୁକାବିଲା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପ୍ରୟାସର ଉଦାହରଣ ଦେବା ସହ ମହାମାରୀ ସମୟରେ ଉନ୍ନୟନ କାର୍ଯ୍ୟକୁ ମଧ୍ୟ ସରକାର ବନ୍ଦ କରି ନ ଥିଲେ ବୋଲି ଶ୍ରୀ ସାମନ୍ତ କହିଥିଲେ। କରୋନା କାଳରେ ରାଜ୍ୟ ସରକାର ୫ଟି ଅଧୀନରେ ମୋ ସ୍କୁଲ ଆରମ୍ଭ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପର୍ଯ୍ୟନ୍ତ ବିଭିନ୍ନ କାର୍ୟ୍ୟକ୍ରମ ରାଜ୍ୟ ସରକାର କାର୍ୟ୍ୟକାରୀ କରାଇଥିବା ଶ୍ରୀ ସାମନ୍ତ ଉଦାହରଣ ଦେଇଥିଲେ।

Leave A Reply

Your email address will not be published.