କଟକ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଛି ବହୁତ ବଡ଼ ଆଶ୍ବସ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନକୁ ଚାଲେଞ୍ଜ କରି ହାଇକୋର୍ଟରେ ଦାୟର ନିର୍ବାଚନୀ ମୋକଦ୍ଦମାକୁ ହାଇକୋର୍ଟ ଖାରଜ କରିଛନ୍ତି। ଫଳରେ ୨୦୨୪ରୁ ହାଇକୋର୍ଟରେ ବିଚାରାଧୀନ ଥିବା ସମ୍ବଲପୁର ସଂସଦୀୟ କ୍ଷେତ୍ର ନିର୍ବାଚନୀ ମୋକଦ୍ଦମାର ଅନ୍ତ ଘଟିଛି।
ସୂଚନାଥାଉକି,ଦାୟର ମାମଲା ଗ୍ରହଣୀୟ ନୁହେଁ ବୋଲି କହିବା ସହିତ ନିର୍ବାଚନୀ ମାମଲାଜୁ ହାଇକୋର୍ଟ ଖାରଜ କରିଛନ୍ତି। ନିର୍ବାଚନୀ ମାମଲା ପରାଜିତ ସ୍ୱାଧୀନ ପ୍ରାର୍ଥୀ ସୁବାସ ମହାପାତ୍ରଙ୍କ ପକ୍ଷରୁ ଦାୟର ହୋଇଥିଲା ,ଯେଉଁଥିରେ ସେ ନିର୍ବାଚନର ବୈଧତାକୁ ଚ୍ୟାଲେଞ୍ଜ କରିଥିଲେ।
ଜଷ୍ଟିସ ସଞ୍ଜୟ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଡକ୍ଟର ସୁବାସ ମହାପାତ୍ରଙ୍କ ପକ୍ଷରୁ ସମ୍ବଲପୁର ସଂସଦୀୟ କ୍ଷେତ୍ର ନିର୍ବାଚନ ଫଳାଫଳକୁ ବିରୋଧ କରି ଦାୟର ମୂଳ ନିର୍ବାଚନୀ ମକଦ୍ଦମାକୁ ଖାରଜ କରିଛନ୍ତି।

Comments are closed.