Latest Odisha News

BREAKING NEWS

ଅସ୍ତ୍ରୋପଚାର ସତ୍ତ୍ୱେ ଆଖି ବୁଜିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

ଭୁବନେଶ୍ୱର: ଆଖି ବୁଜିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଆପୋଲ ହସ୍ପିଟାଲରେ ତୁରନ୍ତ ଅସ୍ତ୍ରୋପଚାର ସତ୍ତ୍ୱେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ହୋଇଛି । ନବ ଦାସଙ୍କ ପରଲୋକ ନେଇ ଆପୋଲ ହସ୍ପିଟାଲ୍ ପକ୍ଷରୁ ସୂଚନା ଦିଆଯାଇଛି ।

ରବିବାର ଦିନ ପ୍ରାୟ ୧୨ଟା ବେଳେ ବ୍ରଜରାଜନଗରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରକୁ ଗୁଳିମାଡ଼ କରିଥିଲେ ପୋଲିସ୍ ଏଏସ୍ଆଇ ଗୋପାଳ ଦାସ । ତୁରନ୍ତ ନବ ଦାସଙ୍କୁ ଝାରସୁଗୁଡ଼ା ଜିଲ୍ଲା ଚିକିତ୍ସାଳୟ ନିଆ ଯାଇଥିଲା । ସେଠାରେ ଅବସ୍ଥା ବିଗିଡ଼ିବାରୁ ଏୟାର ଆମ୍ବୁଲାନ୍ସରେ ଅଣାଯାଇ ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏକ ଡାକ୍ତରୀ ଦଳ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅସ୍ତ୍ରୋପଚାର କରିଥିଲେ । ତଥାପି ନବ ଦାସଙ୍କ ଜୀବନ ରକ୍ଷା କରାଯାଇ ପାରି ନାହିଁ । ଛାତ୍ର ଜୀବନରୁ ରାଜନୀତିରେ ରୁଚି ରଖିଥିଲେ ନବ ଦାସ । ୨୦୦୪ରେ ପ୍ରଥମ ଥର କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ଝାରସୁଗୁଡ଼ା ବିଧାନସଭା ଆସନରୁ ହାରିଥିଲେ । ୨୦୧୯ରେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ ନବ ଦାସ । ବିଜେଡି ଟିକେଟରେ ବିଧାୟକ ହୋଇ ସ୍ୱାସ୍ଥ୍ୟମନ୍ତ୍ରୀ ହୋଇଥିଲେ ।

ନବ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି । ବିଜେଡି ସହ ବିଜେପି, କଂଗ୍ରେସ ଦଳର ନେତା ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.