Latest Odisha News

BREAKING NEWS

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ଡାକ୍ତରଙ୍କ ତମାମ୍ ପ୍ରଚେଷ୍ଟା ସତ୍ତ୍ୱେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ ହୋଇଛି । ନବ ଦାସଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି । କହିଛନ୍ତି, ନବଙ୍କୁ ବଞ୍ଚାଇବା ଲାଗି ଡାକ୍ତର ସମସ୍ତ ଚେଷ୍ଟା କରିଥିଲେ । ଦୁର୍ଭାଗ୍ୟବଶତଃ ସମ୍ଭବ ହୋଇ ପାରି ନାହିଁ ।

ନବ ଦାସ ଉଭୟ ସରକାର ଓ ବିଜେଡି ଦଳ ପାଇଁ ପୁଞ୍ଜି (ସମ୍ପତ୍ତି) ଥିଲେ ବୋଲି କହିଛନ୍ତି ନବୀନ । ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ସମୟରେ ନବ ଦାସ ଅନେକ ପଦକ୍ଷେପ ନେଇଥିଲେ ଲୋକଙ୍କ କଲ୍ୟାଣ ପାଇଁ । ତୃଣମୂଳ ସ୍ତରରେ ବିଜେଡିକୁ ସୁଦୃଢ଼ ପାଇଁ ନବ କାମ କରୁଥିଲେ । ଖାଲି ବିଜେଡି ନୁହେଁ, ସବୁ ଦଳର ଲୋକଙ୍କ ମନରେ ସେ ଥିଲେ ।

ଏଥିସହ ପଢ଼ନ୍ତୁ: ଅସ୍ତ୍ରୋପଚାର ସତ୍ତ୍ୱେ ଆଖି ବୁଜିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ଓଡ଼ିଶା ପାଇଁ ଏକ ବଡ଼ କ୍ଷତି । ନବ ଦାସଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ନବୀନ ଶୋକ ସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇଛନ୍ତି । ନବ ଦାସଙ୍କ ଦେହାନ୍ତ ଖବର ଶୁଣି ଆପୋଲ ହସ୍ପିଟାଲରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.