Latest Odisha News

BREAKING NEWS

ଅଭିଯୁକ୍ତ ହାଜର ନହେଲେ ସିଧାସଳଖ ଏନ୍‌ବିଡବ୍ଲୁଏ ମନା: ହାଇକୋର୍ଟଙ୍କ ରାୟ

କଟକ: ଜଣେ ଅଭିଯୁକ୍ତ ହାଜରଙ୍କ ହାଜର ନହେବାକୁ ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ଜଣେ ଅଭିଯୁକ୍ତ ଯଦି ଅଦାଲତଙ୍କ ବାରମ୍ବାର ନୋଟିସ୍ ସତ୍ତ୍ୱେ ହାଜର ହେଉନାହାନ୍ତି ତାହେଲେ ତାଙ୍କୁ ନୋଟିସ୍ କରାଯାଇ ପାରିବ କିମ୍ବା ତାଙ୍କ ବିରୋଧରେ ଜାମିନ ଯୁକ୍ତ ପରୱାନା ଜାରି କରାଯାଇ ପାରିବ ବୋଲି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟରେ ମତ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଗୌରୀଶଙ୍କର ଶତପଥୀ ଅଭିଯୁକ୍ତ ତ୍ରିନାଥ ଗୁରୁଙ୍କ ବିରୋଧରେ ଜାରି ଏନ୍‌ବିଡବ୍ଲୁଏକୁ ରଦ୍ଦ କରି ଦେଇଛନ୍ତି ।

ହାଇକୋର୍ଟ କହିଛନ୍ତି ଯେ, ଉପଯୁକ୍ତ ନିୟମାବଳୀକୁ ଅନୁସରଣ କରାନଯାଇ ଜଣେ ନାଗରିକଙ୍କ ସ୍ୱାଧୀନତାକୁ କ୍ଷୁର୍ଣ୍ଣ କରାଯାଇ ପାରିବ ନାହିଁ । ଏଭଳି ଘଟଣାକୁ ସାଧାରଣ ଭାବେ ମଧ୍ୟ ଗ୍ରହଣ କରାଯିବା ଉଚିତ୍ ନୁହେଁ। କାରଣ ଜଣେ ବ୍ୟକ୍ତିର ସ୍ୱାଧୀନତାକୁ କ୍ଷୁର୍ଣ୍ଣ କରାଯାଇ ଯେତେବେଳେ ଜେଲ୍କୁ ପଠାଇ ଦିଆଯାଏ ସେଠାରେ ସମ୍ପୃକ୍ତ ବ୍ୟକ୍ତି ମାନସିକ ନିର୍ଯାତନାର ଶିକାର ହୋଇଥାନ୍ତି। ଏଠି ଅଭିଯୁକ୍ତଙ୍କୁ କ’ଣ ପାଇଁ ଏନ୍‌ବିଡବ୍ଲୁଏ (ଜାମିନ ବିହୀନ ଗିରଫ ପରୱାନା) ଜାରି କରାଯାଇଛି ତାହାର ଉପଯୁକ୍ତ କାରଣ ମଧ୍ୟ ଦର୍ଶାଯାଇ ନାହିଁ। ଅଦାଲତ ଏଭଳି କ୍ଷେତ୍ରରେ ଜାମିନଦାରଙ୍କୁ ନୋଟିସ୍ କରିପାରିଥାନ୍ତେ। ନଚେତ୍ ଅଭିଯୁକ୍ତ ବିରୋଧରେ ଜାମିନଯୁକ୍ତ ଗିରଫ ପରୱନା ଜାରି କରିପାରିଥାନ୍ତେ।

ଆହୁରି ମଧ୍ୟ ଆଇନରେ ଏହା ସ୍ପଷ୍ଟ ରହିଛି ଯେ, ଥରେ ଯଦି କେହି ଜାମିନ ପାଇଯାଆନ୍ତି ତାହା ସେତେବେଳେ ପର୍ଯ୍ୟନ୍ତ କାଏମ୍ ରହିବ ଯେପର୍ଯ୍ୟନ୍ତ ଉକ୍ତ ଜାମିନ୍ ଆଦେଶ ବାତିଲ୍ ନହୋଇଛି। ତେଣୁ ନିମ୍ନ ଅଦାଲତ ଦ୍ୱାରା ଦିଆଯାଇଥିବା ଏନ୍‌ବିଡବ୍ଲୁଏ ଆଇନ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ ମତ ଦେବା ସହ ନିମ୍ନ ଅଦାଲତଙ୍କ ଦ୍ୱାରା ଜାରି ଏନ୍‌ବିଡବ୍ଲୁଏକୁ ଖାରଜ କରି ଦେଇଛନ୍ତି।

Leave A Reply

Your email address will not be published.