Latest Odisha News

BREAKING NEWS

ଅନଲାଇନରେ ଖାଇବା ମଗାଇବା ପଡିଲା ମହଙ୍ଗା, ଆକାଉଣ୍ଟରୁ ଉଡିଗଲା ୯୩ ହଜାର ଟଙ୍କା

ଭୁବନେଶ୍ବର: ଅନଲାଇନ୍‌ରେ ଖାଦ୍ୟ ମଗାଇ ଠକେଇର ଶିକାର ହେଲେ ବରିଷ୍ଠ ସାମ୍ବାଦିକ । ଚାହୁଁ ଚାହୁଁ ଆକାଉଣ୍ଟରୁ କଟିଗଲା ୯୩ ହଜାର ଟଙ୍କା । ଏନେଇ ସାମ୍ବାଦିକ ଜଣକ ଆଜି ଭୁବନେଶ୍ବର ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି ।

ଖବର ମୁତାବକ, ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର ଜାନକୀଶ ବଡ଼ପଣ୍ଡା ଏକ ଡେଲିଭରି ଆପ୍‌ରୁ ଖାଦ୍ୟ ମଗାଇଥିଲେ । ଖାଦ୍ୟ ଆସିବା ପାଇଁ ଉକ୍ତ ଆପ୍‌ରେ ନିର୍ଦ୍ଦିଷ୍ଟ ସମୟ ଦେଖାଇଥିଲା । ଏହା ପରେ ଡେଲିଭରି ବୟ ତାଙ୍କୁ ନ ଜଣାଇ ଘର ବାହାରେ ଖାଦ୍ୟ ରଖିଦେଇ ଯାଇଥିଲା ।

ହେଲେ ଏହା ନଜାଣିପାରି ସାମ୍ବାଦିକ ଜଣକ ଖାଦ୍ୟ ନ ପାଇବାରୁ ଗୁଗୁଲ୍‌ରୁ ଉକ୍ତ ଖାଦ୍ୟ ଡେଲିଭରି ଆପ୍‌ର କଷ୍ଟମର୍ କେୟାର୍ ନମ୍ବର ଖୋଜି କଲ୍ କରିଥିଲେ । ମାତ୍ର ଉକ୍ତ ନମ୍ବର୍‌ଟି ଖାଦ୍ୟ ଡେଲିଭରି ଆପ୍ ପରିବର୍ତ୍ତେ ସାଇବର ଠକଙ୍କର ଥିଲା । ଏହା ପରେ ସାଇବର ଠକ ବଡ଼ପଣ୍ଡାଙ୍କ ଫୋନ୍ ହ୍ୟାକ୍ କରି ୨ଟି ପର୍ଯ୍ୟାୟରେ ପ୍ରାୟ ୯୩ ହଜାର ଟଙ୍କା ଠକି ନେଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.