Latest Odisha News

BREAKING NEWS

ବାଲି ଉଠାଣ ଉପରେ ରୋକ ଲଗାଇଲେ ହାଇକୋର୍ଟ, ୪ ବର୍ଷରେ ୨୪୩ କୋଟିର ଦୁର୍ନୀତି ଅଭିଯୋଗ

କଟକ: ବାଲି ଉଠାଣ ଉପରେ ପୁଣି ରୋକ ଲଗାଇଛନ୍ତି ହାଇକୋର୍ଟ । ଖଣି ବିଭାଗର ବିଜ୍ଞପ୍ତି ଉପରେ ବୁଧବାର ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି । ବାଲି ଉତ୍ତୋଳନ ପାଇଁ ଗତ ୨୧ ତାରିଖରେ ବିଜ୍ଞପ୍ତି ଜାରି କରିଥିଲା ଖଣି ବିଭାଗ । ଫଳରେ ବାଲିକୁ ନେଇ ରାଜ୍ୟରେ ଏବେ ଗୁରୁତର ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି ।

ସୂଚନା ଅନୁଯାୟୀ, ନିୟମ ଉଲ୍ଲଙ୍ଘନ କରି ମେସିନ ଲଗାଇ ବାଲିଘାଟରୁ ବାଲି ଉତ୍ତୋଳନ କରାଯାଉଥିବା ଅଭିଯୋଗ ହେଉଥିବାବେଳେ, ଏହା ଉପରେ ହାଇକୋର୍ଟ ରୋକ ଲଗାଇଥିଲେ । ଏହାପରେ ଡିସେମ୍ବର ୨୧ରେ ମାମଲାର ଶୁଣାଣିବେଳେ ୧୪ଟି ବାଲି ଖାଦାନକୁ ବନ୍ଦ କରିବା ସହ ଅନ୍ୟମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବାନେଇ କୋର୍ଟଙ୍କୁ ଅବଗତ କରିଥିଲେ ରାଜ୍ୟ ସରକାର ।

କିନ୍ତୁ ସେଦିନ ହିଁ ସରକାର ଏକ ବିଜ୍ଞପ୍ତି ଜାରି କରିଥିଲେ । ନିର୍ଦ୍ଦିଷ୍ଟ ବାଲିଘାଟର ଅବସ୍ଥିତି, ସେଠାରେ ବାଲିର ପରିମାଣ, ନଦୀଶଯ୍ୟା ଏବଂ ନିକଟସ୍ଥ ଚାଷପୋଯୋଗୀ ଜମିକୁ ବିଚାରକୁ ନେଇ ମେସିନ ସାହାଯ୍ୟରେ ବାଲି ଉଠାଯାଇପାରିବ ବୋଲି ବିଜ୍ଞପ୍ତିର ଧାରା-୪, ଉପଧାରା (G)ରେ ଦର୍ଶାଇଥିଲେ । ଏହାର ଆଜି ଶୁଣାଣି କରି ୨୧ ଡିସେମ୍ବରର ବିଜ୍ଞପ୍ତି ଉପରେ ଜାରି କରିଛନ୍ତି ରହିତାଦେଶ ।

ଆବେଦନକାରୀ ଏହି ବିଜ୍ଞପ୍ତି ବିରୋଧରେ କୋର୍ଟଙ୍କୁ ଯିବା ସହ ୪ ବର୍ଷରେ ୨୪୩ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଦର୍ଶାଇଛନ୍ତି । ଏହା ଉପରେ ୧୦ ଦିନ ଭିତରେ ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ ଏ ସମ୍ପର୍କିତ ଜନସ୍ବାର୍ଥ ମାମଲାର ପରବର୍ତ୍ତି ଶୁଣାଣି ଫେବୃଆରୀ ୧ ରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶୁଣାଣି ବେଳେ କଟକର କିଛି ବାଲିଘାଟର ଉଦାହରଣ ଦେବା ସହ କ୍ଷୋଭ ପ୍ରକାଶ କରିଥିଲେ । ଏହାସହ ସାରା ରାଜ୍ୟରେ ବାଲିଉଠାଣ ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ ।

Leave A Reply

Your email address will not be published.