Latest Odisha News

ଖାଲି ଘର କି ଗାଡ଼ି ନୁହେଁ; ବ୍ଲାକମେଲିଂ କରି ଅର୍ଚ୍ଚନା ଆକାଶରେ ଉଡ଼ୁଥିଲେ, ନୂଆ ଜାଗା ବୁଲୁଥିଲେ

ଭୁବନେଶ୍ୱର: ନେତା, ମନ୍ତ୍ରୀଙ୍କ ସହ ରହସ୍ୟମୟୀ ଅର୍ଚ୍ଚନାଙ୍କ ଫଟୋ ଭାଇରାଲ୍ ହେଉଥିବା ବେଳେ ପୋଲିସ ହାତରେ ଲାଗିଛି ପ୍ରମାଣ । ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ଜଣେ ରସିକିଆ ବିଧାୟକ, ଅର୍ଚ୍ଚନାଙ୍କ ଫାସରେ ପଡ଼ିଥିଲେ । ଯାହାକ ଫଟୋ ଓ ଭିଡିଓ ପୋଲିସ ପାଇଥିବା ବେଳେ ଅର୍ଚ୍ଚନାଙ୍କ ପିଛା ବିଧାୟକ କେତେ ଟଙ୍କା ଉଡ଼ାଇଛନ୍ତି ଜଣାପଡ଼ିନି ।

ରିପୋର୍ଟ ଅନୁସାରେ, ଅର୍ଚ୍ଚନାଙ୍କ ଘରୁ ଜବତ ହାର୍ଡଡିସ୍କ ଓ ମୋବାଇଲ୍ ଯାଞ୍ଚ ବେଳେ ପୋଲିସ ବିଧାୟକ ଓ ଅର୍ଚ୍ଚନାଙ୍କ ଫଟୋ ଓ ଭିଡିଓ ପାଇଛି । ଆଉ ଅର୍ଚ୍ଚନାଙ୍କୁ ବିଧାୟକ ମହାଶୟ ଭାଇଜାଗ୍ ଦେଇ ବେଙ୍ଗଳୁରୁ ବୁଲିବାକୁ ଯାଇଥିଲେ । ମହୀଶୂର ପରେ ଉଟ୍ଟିରେ ରାତି ବିତାଇଥିଲେ ବିଧାୟକ ଓ ଅର୍ଚ୍ଚନା । ନୟାଗଡ଼ର ଏକ ଆଇବି ଅର୍ଚ୍ଚନା ଓ ବିଧାୟକଙ୍କ ସହ ଆଉ ୨ ଜଣ ମହିଳା ୪ ଦିନ ରହିଥିବା କୁହାଯାଉଛି । ଏପରିକି ବିଧାୟକ ଜଣଙ୍କ ନିଜେ ଚଢ଼ୁଥିବା ଏକ ଦାମୀ ଗାଡ଼ି ଅର୍ଚ୍ଚନାକୁ ଗିଫ୍ଟ ଦେଇଥିଲେ ।

କେବଳ ଏହି ରସିକିଆ ବିଧାୟକ ଜଣଙ୍କ ନୁହଁନ୍ତି ଅର୍ଚ୍ଚନାଙ୍କ ନାଗ ଫାସରେ ବୟସ୍କ ନେତା ପଡ଼ିଥିବା ଚର୍ଚ୍ଚା ହେଉଛି । ନେତା ଜଣଙ୍କ ବୟସ ପ୍ରାୟ ୮୦ ବର୍ଷ ହୋଇଥିବା ବେଳେ ସେ ଅର୍ଚ୍ଚନାଙ୍କ ପାଇଁ ପାଗଳ ଥିଲେ । ନେତା ଜଣଙ୍କ ଅର୍ଚ୍ଚନାଙ୍କୁ ପଠାଇଥିବା ପ୍ରେମ ଭରା ମେସେଜ୍ ଲାଗିଛି ପୋଲିସ ହାତରେ ।

ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ପରେ ଦିନକୁ ଦିନ ନୂଆ ରୋଚକ ତଥ୍ୟ ଆସୁଛି । ଝାରପଡ଼ା ଜେଲରେ ଥିବା ଅର୍ଚ୍ଚନା କରିଥିବା ଜାମିନ୍ ଆବଦେନ ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ସଙ୍ଗୀନ ଦଫା, ସଙ୍ଗୀନ ଅଭିଯୋଗ ଭିତରେ କୋର୍ଟ ଅର୍ଚ୍ଚନାଙ୍କୁ ବେଲ୍ ଦେବେ ନା ସେ ଜେଲ୍ ରହିବେ ତାକୁ ନେଇ ବେଶ୍ ଚର୍ଚ୍ଚା ହେଉଛି ।

Comments are closed.