Latest Odisha News

ଓଡ଼ିଆ ଆଇଏଏସ୍ ଅଫିସର ରୁପା ମିଶ୍ରଙ୍କୁ କେନ୍ଦ୍ରରେ ନୂଆ ନିଯୁକ୍ତି

ନୂଆଦିଲ୍ଲୀ: କେନ୍ଦ୍ରରେ ଓଡ଼ିଆ ଆଇଏଏସ ଅଫିସରଙ୍କୁ ଗୁରୁ ଦାୟିତ୍ୱ । ରୁପା ମିଶ୍ର ହୋଇଛନ୍ତି କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟର ଯୁଗ୍ମ ସଚିବ । ତାଙ୍କୁ ଆଗାମୀ ୫ ବର୍ଷ ପାଇଁ ନିଯୁକ୍ତି ମିଳିଛି । ୨୦୦୪ ବ୍ୟାଚ୍ ଆଇଏଏସ୍ ଟପ୍ପର ରୁପା ମିଶ୍ର ।

ବର୍ତ୍ତମାନ ଜଳ ଶକ୍ତି ମିଶନ ଅଧୀନରେ ପାନୀୟ ଜଳ ଓ ପରିମଳ ବିଭାଗ ନିର୍ଦ୍ଦେଶିକା ଅଛନ୍ତି । ୨୦୨୦ରୁ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ରୁପା ମିଶ୍ର । ତାପୂର୍ବରୁ ସେ ଓଡ଼ିଶାରେ ଜଳ ଓ ପରିମଳ ବିଭାଗ ନିର୍ଦ୍ଦେଶିକା ଥିଲେ ।

ପ୍ରମୋଦ କୁମାର ମେହେର୍ଦ୍ଦା

ସେହିପରି ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ପ୍ରମୋଦ କୁମାର ମେହେର୍ଦ୍ଦା ହୋଇଛନ୍ତି ଜାତୀୟ ଖାଦ୍ୟ ସୁରକ୍ଷା ମିଶନ(ଘୠଝଗ) ଏମଡି ଭାବରେ ୫ ବର୍ଷ ପାଇଁ ନିଯୁକ୍ତି ପାଇଛନ୍ତି । ଏଥିସହ ସେ କୃଷି ବୈଜ୍ଞାନିକ ନିଯୁକ୍ତି ବୋର୍ଡ (ଇଝଈଜ) ସଚିବ ଭାବରେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ୧୯୯୭ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ୍ ପ୍ରମୋଦ ମେହେର୍ଦ୍ଦା ପୂର୍ବରୁ ସ୍ୱାସ୍ଥ୍ୟ ସଚିବ ଓ ରାଜ୍ୟପାଳଙ୍କ ସଚିବ ଭାବରେ କାର୍ୟ୍ୟ ତୁଲାଇଛନ୍ତି ।

Leave A Reply

Your email address will not be published.