Latest Odisha News

BREAKING NEWS

ଭଦ୍ରକ ଓ ବରଗଡ଼ ଜିଲ୍ଲାରେ ଭିଜିଲାନ୍ସ ରେଡ୍

କଟକ: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଞ୍ଝା ମାରିଲା ଭିଜିଲାନ୍ସ । ଭଦ୍ରକ ଓ ବରଗଡ଼ ଜିଲ୍ଲାରେ ଚଢ଼ାଉ । ଭଦ୍ରକ ସିଡିପିଓ କାର୍ଯ୍ୟାଳୟର ସୁପରଭାଇଜରଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି । ତାଙ୍କ ନାଁ ମଲ୍ଲିଲତା ଦାସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ରେଡ୍ ଚାଲିଛି ।

ସେହିପରି ବରଗଡ଼ ଜିଲ୍ଲା ବରପାଲି ବ୍ଲକ କୁମ୍ଭାରୀ ସମବାୟ ସମିତି ସଂପାଦକଙ୍କ ଘରେ ବି ଆଜି ରେଡ୍ ଚାଲିଛି । ତାଙ୍କ ନାଁ ଗୌର ଚନ୍ଦ୍ର ବୁଦ୍ଧିଆ । ଆୟଠୁ ଅଧିକ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଟିମ୍ ଗୌର ଚନ୍ଦ୍ର ବୁଦ୍ଧିଆଙ୍କ ଘରେ ଚଢ଼ାଉ ଜାରି ରଖିଛି । ରେଡ୍ ସରିବା ପରେ ଜଣା ପଡ଼ିବ ସେମାନଙ୍କର କେତେ ଆୟ ବର୍ହିଭୂତ ସମ୍ପତ୍ତି ରହିଛି ।

Leave A Reply

Your email address will not be published.