Latest Odisha News

BREAKING NEWS

ଭାରତ ବିପକ୍ଷ ଟେଷ୍ଟ ସିରିଜରେ ୱେଷ୍ଟଇଣ୍ଡିଜ ଦଳରେ ସାମିଲ ହେଲେ ୧୪୦ କିଗ୍ରା ଓଜନର କର୍ଣ୍ଣୱାଲ

ନୂଆଦିଲ୍ଲୀ: ୧୨ ଜୁଲାଇରୁ ଡୋମିନିକାରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ । ଏଥିପାଇଁ ଶନିବାର ୱେଷ୍ଟଇଣ୍ଡିଜ ଦଳ ଘୋଷଣା କରାଯାଇଛି । ଏହି ଦଳରେ ୧୪୦ କିଲୋଗ୍ରାମ ଓଜନ ବିଶିଷ୍ଟ ଅଲରାଉଣ୍ଡର ରହକୀମ କର୍ଣ୍ଣୱାଲଙ୍କୁ ସାମିଲ କରାଯାଇଛି । କ୍ରେଗ ବ୍ରାଥୱେଟଙ୍କ ନେତୃତ୍ୱରେ ଘୋଷିତ ୧୩ ଜଣିଆ ଦଳରେ ଜୋମେଲ ବାରିକନଙ୍କୁ ମଧ୍ୟ ସାମିଲ କରାଯାଇଛି । ଏହି ସିରିଜ ମାଧ୍ୟମରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ସାଇକେଲରୁ ଆରମ୍ଭ ମଧ୍ୟ ହେବ । ଖେଳାଳିଙ୍କ ଫର୍ମ ଏବଂ ଫିଟନେସକୁ ଦେଖି ଦଳ ଚୟନ କରାଯାଇଛି ବୋଲି ଚୟନକମିଟି ମୂଖ୍ୟ ଡେସମଣ୍ଡ ହେନ୍ସ କହିଛନ୍ତି । ୨୦୧୯ରେ କର୍ଣ୍ଣୱାଲ ଭାରତ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିଲେ ।

BjdElectrycity

ଉଭୟ ବ୍ୟାଟିଂ ଓ ବୋଲିଂରେ ସମତୁଲ ରଖିବା ପାଇଁ ତାଙ୍କୁ ଦଳରେ ସାମିଲ କରାଯାଇଛି ବୋଲି ହେନ୍ସ କହିଛନ୍ତି । ୨୦୨୧ ପରଠାରୁ କର୍ଣ୍ଣୱାଲ ନାଲି ବଲରେ କୌଣସି ମ୍ୟାଚ ଖେଳି ନାହାନ୍ତି ।
ୱେଷ୍ଟଇଣ୍ଡିଜ ଟିମ: କ୍ରେଗ ବ୍ରାଥୱେଟ, ଜର୍ମେନ ବ୍ଲାକଉଡ, ଏଲିକ ଅଥାନେଜ, ତେଜନାରାୟଣ ଚନ୍ଦ୍ରପାଳ, ରହମୀକ କର୍ଣ୍ଣୱାଲ, ଯୋଶୁଆ ଦା ସିଲଭା, ଶୈନନ ଗେବ୍ରିୟାଲ, ଜାସନ ହୋଲ୍ଡର, ଅଲଜାରୀ ଜୋସେଫ, କିର୍କ ମ୍ୟାକେଞ୍ଜି, ରେମନ ରୀଫର, କେମାର ରୋଚ ଓ ଜୋମେଲ ୱାରିକେନ ।

Leave A Reply

Your email address will not be published.