Latest Odisha News

BREAKING NEWS

ସଡକ ଦୁର୍ଘଟଣାରେ ଓଡିଶାର ଜୁଡୋ ଖେଳାଳି ଆହତ

ଇମ୍ଫାଲ୍: ମଣିପୁରସ୍ଥିତ ଇମ୍ଫାଲ୍ ନିକଟରେ ଶନିବାର ବିଳମ୍ବିତ ରାତିରେ ପ୍ରାୟ ୨୦ ଜଣ ଜୁଡୋ ଖେଳାଳିଙ୍କୁ ନେଇ ଯାଉଥୀବା ଏକ ବସ୍ ଦୁର୍ଘଟଣାଗସ୍ତ ହୋଇଛିା ଯାହା ଫଳରେ ଖେଳାଳିମାନେ ଗୁରୁତର ଆହତ ହୋଇଛନ୍ତି।

ପ୍ରାପ୍ତ ସୂଚନାନୁୟାଯୀ ଉକ୍ତ ବସରେ ମୋଟ ୨୮ ଜଣ ଯାତ୍ରୀ ରହିଥୀଲେ। ଦୁର୍ଘଟଣାପରେ ସମସ୍ତ ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଇମ୍ଫାଲ ନିକଟ ଦିମାପୁର ସ୍ଥ଄ତ ଏକ ଘାଟି ନିକଟରେ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା।

ମଣିପୁରରେ ଆୟୋଜିତ ଜାତୀୟ ସବ୍ ଜୁନିଅର୍ ଓ କ୍ୟାଡେଟ୍ ଜୁଡୋ ଚାମ୍ପିୟନସିପରେ ଭାଗ ନେବା ପାଇଁ ଓଡିଶାର ବିଭିନ୍ନ ସ୍ଥାନରୁ ଜୁଡୋ ଖେଳାଳି ଭାଗ ନେବା ପାଇଁ ଯାଇଥୀଲେ।

Leave A Reply

Your email address will not be published.