Latest Odisha News

BREAKING NEWS

ଭାରତ ସାମ୍ନାରେ ୨୦୮ ରନର ବିଜୟ ଲକ୍ଷ୍ୟ ରଖିଲା ୱେଷ୍ଟଇଣ୍ଡିଜ୍

ହାଇଦ୍ରାବାଦ: ହାଇଦ୍ରାବାଦର ରାଜୀବ ଗାନ୍ଧୀ କ୍ରିକେଟ ଷ୍ଟାଡ଼ିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଅନୁଷ୍ଠିତ ହେଉଥିବା ଟି-୨୦ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ବିନିମୟରେ ୨୦୭ ରନ ସ୍କୋର କରିଛି । ଭାରତକୁ ଏହି ମ୍ୟାଚ ଜିତିବାକୁ ହେଲେ ନିର୍ଦ୍ଧାରିତ ୨୦ ଓଭରରେ ୨୦୮ ରନ କରିବାକୁ ହେବ ।

ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ହେଟମେୟର ୪୧ଟି ବଲରୁ ପ୍ରଶଂସନୀୟ ୫୬ ରନ କରିଥିବା ବେଳେ ଲୁଇସ୍ ବିସ୍ଫୋରକ ୪୦ ରନ ସଂଗ୍ରହ କରିଛନ୍ତି । ଲୁଇସ ମାତ୍ର ୧୭ଟି ବଲରେ ୪ଟି ଛକା ଓ ୩ଟି ଚୌକା ସହ ଏହି ରନ ସଂଗ୍ରହ କରିଛନ୍ତି । ହୋଲଡ଼ର୍ ୯ଟି ବଲରୁ ୨୪ ଏବଂ କପ୍ତାନ କିରଣ ପୋଲାର୍ଡ଼ ୩୭ ରନ ସଂଗ୍ରହ କରିଛନ୍ତି ।

ଭାରତୀୟ ବୋଲର୍ ଚହଲ୍ ୨ଟି ଓ ୱାଶିଂଟନ ସୁନ୍ଦର, ଚହର ଏବଂ ରବୀନ୍ଦ୍ର ଜାଡ଼େଜା ଗୋଟିଏ କରି ୱିକେଟ ହାସଲ କରିପାରିଛନ୍ତି ।

ଭାରତୀୟ ଦଳ: ବିରାଟ କୋହଲୀ (ଅଧିନାୟକ), ରୋହିତ ଶର୍ମା, ଲୋକେଶ ରାହୁଲ, ରିଷଭ ପନ୍ଥ, ୟୁଜବେନ୍ଦ୍ର ଚହଲ, ଶ୍ରେୟସ ଆୟାର, ମନୀଷ ପାଣ୍ଡେ, ରବୀନ୍ଦ୍ର ଜାଡ଼େଜା, ଶିବମ ଦୁବେ, ଭୁବନେଶ୍ୱର କୁମାର ଏବଂ ଦୀପକ ଚହର ।

Leave A Reply

Your email address will not be published.