Latest Odisha News

BREAKING NEWS

ଫେବୃଆରୀ ୨୨ରୁ ଆରମ୍ଭ ହେବ ଏବର୍ଷର ମାଟ୍ରିକ୍ ପରୀକ୍ଷା

କଟକ : ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଚଳିତ ବର୍ଷ ଫେବୃଆରୀ ୨୨ ତାରିଖରୁ ଆରମ୍ଭ ହେବ ବୋଲି ଘୋଷଣା କରାଯାଇଛି ।

ଏହି ମାଟ୍ରିକ୍ ପରୀକ୍ଷା ଫେବୃଆରୀ ୨୨ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖ ଯାଏଁ ଚାଲିବ ବୋଲି ପରିଷଦ ପକ୍ଷରୁ ସୂଚନା ମିଳିଛି ।

ଆହୁରି ମଧ୍ୟ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ସକାଳ ୧୦ ଟାରେ ଆରମ୍ଭ ହେବାକୁ ରହିଥିବା ବେଳେ ଫେବୃୟାରୀ ୮ ତାରିଖରୁ ୱେବସାଇଡରେ ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡ ଉପଲବ୍ଧ ବୋଲି ଜଣାପଡିଛି ।

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୫ ଲକ୍ଷ ୪୫ ହଜାର ୩୬୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ଆହୁରି ମଧ୍ୟ ଚଳିତ ବର୍ଷ ରାଜ୍ୟରେ ସମୁଦାୟ ୨୮୩୦ ସେଣ୍ଟରରେ ପରୀକ୍ଷା ଅନୁଷ୍ଠିତ ହେବ ।

କୌଣସି ପ୍ରକାରର ଅନିୟମିତତା ହେଲେ ଆଇନ ଅନୁଯାୟୀ ବୋର୍ଡ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିସହିତ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ଦୃଷ୍ଟିରେ ରଖି ପରୀକ୍ଷା ଦିନ ସକାଳୁ ହିଁ ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବ ବୋଲି ପରିଷଦ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.