Latest Odisha News

BREAKING NEWS

କୋରାପୁଟରେ ମାଓବାଦୀ ପୋଷ୍ଟର

କୋରାପୁଟ : କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ ପୁକାଲି ଗ୍ରାମ ନିକଟସ୍ଥ ରାସ୍ତା କଡରେ ଶୁକ୍ରବାର ଦିନ ମାଓ ପୋଷ୍ଟର ଦେଖିବାକୁ ମିଳିଛି ।

ମିଳିଥିବା ସୂଚନାନୁଯାୟୀ ଏହି ପୁକାଲି ଗ୍ରାମ ନିକଟସ୍ଥ ରାସ୍ତା କଡରେ ଥିବା ଏକ ଗଛରେ ଏକ ଲାଲ ରଙ୍ଗର କପଡ଼ା ଉପରେ ମାଓବାଦୀଙ୍କ ପୋଷ୍ଟର ମରାଯାଇଥିବା ନେଇ ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ ।

ଏହି ମାଓ ପୋଷ୍ଟର ରେ ସି.ପି. ଆଇ.(ମାଓବାଦୀ) କୋରାପୁଟ ଶ୍ରୀକାକୁଲମ ମାଓ ଡିଭିଜନାଲ କମିଟିର ମାଓବାଦୀ ଜଗବନ୍ଧୁ ବୋଲି ଉଲ୍ଲେଖ ହୋଇଥିବା ନେଇ ସୁତ୍ରରୁ ପ୍ରକାଶ ।

କେନ୍ଦ୍ର ସରକାର ଙ୍କ ସମାଧାନ ଯୋଜନା କୁ ବିରୋଧ କରି ଗତ ୨୫ ତାରିଖରୁ ୩୦ ପର‌୍ୟ୍ୟନ୍ତ ସମାଧାନ ବିରୋଧୀ ସପ୍ତାହ ପାଳନ କରୁଥିବା ପୋଷ୍ଟର ମାଧ୍ୟମରେ ଜଣା ପଡିଛି।

ପ୍ରାକୃତିକ ସମ୍ପଦ ଲୁଟୁ ଥିବା ନେତା ଓ ସରକାରୀ କର୍ମଚାରୀ ମାନଙ୍କୁ ପୁରାଇ ନଦେବା ପାଇଁ ଓ ଯୁବକ ଯୁବତୀ ମାନେ ସଙ୍ଗଠନରେ ସାମିଲ ହୋଇ ନିଜ ହକ ପାଇଁ ଲଢେଇର ଆହ୍ୱାନ ଦେଇଛନ୍ତି । ଏଥିସହିତ ପୋଲିସ ଇନପର୍ମର ଚେତାବନୀ ଦେବା ସହ ମୃତ୍ୟୁ ଦଣ୍ଡ ମିଳିବ ବୋଲି ଏହି ପୋଷ୍ଟରରେ ଉଲ୍ଲେଖ ଥିବା ନେଇ ସୂଚନା ମିଳିଛି ।

ଆହୁରି ମଧ୍ୟ ମୁନସିପାଲଟି ସୁନାବେଡା ଚେୟାରମ୍ୟାନ ଓ କର୍ମଚାରୀ ମାନଙ୍କ ନାମରେ ମଧ୍ୟ ଚେତାବନୀ ଦିଆଯାଇଥିବା ନେଇ ଏହି ପୋଷ୍ଟରରେ ଉଲ୍ଲେଖ ରହିଛି ।

ସେହିପରି ସଙ୍ଗଠନ ନାମରେ ଚାନ୍ଦା ଆଦାୟ କରୁଥିବା ବ୍ୟକ୍ତିଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ଗଛରେ ଟଙ୍ଗା ଯାଇଥିବା ପୋଷ୍ଟରରେ ଉଲ୍ଲେଖ କରାଯାଇଛି।

Leave A Reply

Your email address will not be published.