Latest Odisha News

ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର, ୧୩ଡିଗ୍ରୀ ତଳେ ୧୦ଟି ସହରରେ ପାରଦ

ଭୁବନେଶ୍ୱର: ଖସିଲା ପାରଦ । ଜାଡ଼ରେ ଥରୁଛି ଓଡ଼ିଶା । କାଲିଠାରୁ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ଶୀତ ଲହରି । ବିଭିନ୍ନ ଜିଲ୍ଲାରେ ଅନୁଭୂତ ହୋଇଛି ହାଡ଼ଭଙ୍ଗା ଶୀତ । ଗତକାଲି ରାଜ୍ୟର ୧୦ଟି ସହରରେ ପାରଦ ୧୩ ଡିଗ୍ରୀ ସେଲସିୟସ୍ ତଳେ ରହିଛି । ସବୁଠୁ ଥଣ୍ଡା ସହର ପାଲଟିଠଛି ଝାରସୁଗୁଡ଼ା । ସେଠାରେ ସର୍ବନିମ୍ନ ତାପମାତ୍ରା ୮.୨ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

ଫୁଲବାଣୀରେ ୯.୫, ଅନୁଗୁଳ ଓ ଦାରିଙ୍ଗିବାଡ଼ିରେ ୧୦ ଡିଗ୍ରୀ ସେଲସିୟସ ଲେଖାଏ ତାପମାତ୍ରା ରହିଛି । ସେହିପରି ବାରିପଦାରେ ୧୦.୫, କୋରାପୁଟରେ ୧୧, କେନ୍ଦୁଝରରେ ୧୧.୭, ସୁନ୍ଦରଗଡ଼ରେ ୧୨, ବଲାଙ୍ଗିରରେ ୧୨.୪ ଓ ବୌଦ୍ଧରେ ୧୨.୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରିଛି ପାଣିପାଗ ବିଭାଗ ।

କଟକରେ ଗତକାରି ୧୩.୮ ଓ ଭୁବନେଶ୍ୱରରେ ପାରଦ ଥିଲା ୧୬.୫ ଡିଗ୍ରୀ ସେଲସିୟସ୍ । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆଗାମୀ ୪-୫ ଦିନ ଶୀତ ଲହରି ଜାରି ରହିବ ।

Leave A Reply

Your email address will not be published.