Latest Odisha News

BREAKING NEWS

ହସୁଛି ଗୋପାଳ, କାନ୍ଦୁଛି ନବଙ୍କ ପରିବାର

ଝାରସୁଗୁଡ଼ା: ହସୁଛି ଗୋପାଳ, କାନ୍ଦୁଛି ନବଙ୍କ ପରିବାର । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ମନ ଖୋଲି ହସୁଛି । ମନ୍ତ୍ରୀ ନବଙ୍କୁ ମାରିବା ପରେ ବି ଗୋପାଳ ମନରେ ପଶ୍ଚାତାପର ଚିହ୍ନ ବର୍ଣ୍ଣ ନାହିଁ । ଅନ୍ୟପଟେ ନବଙ୍କୁ ହରାଇ ଭାଙ୍ଗି ପଡ଼ିଛି ପରିବାର । ପରିବାର ଉପରେ ଖସି ପଡ଼ିଛି ଦୁଃଖର ପାହାଡ଼ । ଗୁରୁବାର ନବ ଦାସଙ୍କ ଦ୍ୱାଦଶାହରେ ବାପାଙ୍କୁ ମନେ ପକାଇ ଝିଅ ଦିପାଳୀ ଓ ପୁଅ ବିଶାଳ କହିଛନ୍ତି, ଝାରସୁଗୁଡ଼ାକୁ ନେଇ ବାପା ଦେଖିଥିବା ସ୍ୱପ୍ନକୁ ପୂରା କରିବେ ।

ନବଙ୍କ ଦ୍ୱାଦଶାହ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ା ଯାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ପଶ୍ଚିମ ଓଡ଼ିଶା ସହ ବିଭିନ୍ନ ଜିଲ୍ଲାର ବିଜେଡି ଓ ଅନ୍ୟ ଦଳର ନେତା ଯୋଗ ଦେଇ ନବଙ୍କ ସ୍ମୃତି ଚାରଣ କରିଥିଲେ ।

ଶ୍ରଦ୍ଧାଞ୍ଜଳି ସଭାରେ ବିଜେଡି ଏକପ୍ରକାର ଶକ୍ତି ପ୍ରଦର୍ଶନ କରିଛି । ସେପଟେ ଅଭିଯୁକ୍ତ ଗୋପାଳର ପଲିଗ୍ରାଫ୍ ଓ ନାର୍କୋ ଟେଷ୍ଟ ପାଇଁ ତାକୁ ଗୁଜରାଟର ଗାନ୍ଧିନଗର ନେଇଛି କ୍ରାଇମବ୍ରାଞ୍ଚ । ନବଙ୍କୁ ହତ୍ୟାର ୧୨ ଦିନ ପରେ ବି ଗୋପାଳ କାହିଁକି ଗୁଳି କଲା ତା’ ଉପରୁ କ୍ରାଇମବ୍ରାଞ୍ଚ ପରଦା ଉଠାଇ ପାରିନି ।

Leave A Reply

Your email address will not be published.