Latest Odisha News

ଲୋକସଭାରେ ବିଜେପି ସଚେତକ ହେଲେ ବରଗଡ ସାଂସଦ ସୁରେଶ ପୂଜାରୀ

ନୂଆଦିଲ୍ଲୀ : ଲୋକସଭାରେ ବିଜେପିର ସଚେତକ ଭାବେ ବରଗଡ ସାଂସଦ ତଥା ବିଜେପି ନେତା ସୁରେଶ ପୂଜାରୀ ନିଯୁକ୍ତ ହୋଇଛନ୍ତି । ସେ ଓଡିଶା, ମଣିପୁର ଓ ତେଲେଙ୍ଗାନା ଆଦି ୩ଟି ରାଜ୍ୟର ଦାୟିତ୍ୱରେ ରହିବେ ।

ଏହାବ୍ୟତୀତ ବୁଧବାର ଦିନ ଗଠିତ ହୋଇଥିବା ବିଜେପିର କାର୍ଯ୍ୟନିବାହୀ କମିଟିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ୍ ପ୍ରମୁଖ ରହିଛନ୍ତି ।

ଆହୁରି ମଧ୍ୟ ଧର୍ମେନ୍ଦ୍ର ଓ ଜୁଏଲଙ୍କୁ ରାଜ୍ୟସଭା ଓ ଲୋକସଭାରେ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବେ ସାମିଲ କରାଯାଇଛି ।

ସେହିପରି ଉକ୍ତ କମିଟିରେ ଲୋକସଭା ଲାଗି ନରେନ୍ଦ୍ର ମୋଦୀ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ଭାବେ ରାଜନାଥ ସିଂହ ମନୋନୀତ ହୋଇଛନ୍ତି । ତେବେ ରାଜ୍ୟସଭାରେ ଥାୱରଚାନ୍ଦ ଗେହଲଟଙ୍କୁ ଦଳୀୟ ନେତା ଓ ପିୟୁଷ ଗୋଏଲଙ୍କୁ ଉପନେତା ଭାବରେ ନିଯୁକ୍ତି ମିଳିଛି ।

Leave A Reply

Your email address will not be published.