Latest Odisha News

BREAKING NEWS

ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ସଦସ୍ୟ ଭାବେ ମନୋନୀତ ହେଲେ ସାଂସଦ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ଓଡ଼ିଶାର ପୂର୍ବତନ ଆଇଏଏସ୍ ଅଧିକାରୀ ତଥା ବିଜେପି ରାଜ୍ୟସଭା ସଦସ୍ୟ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରେସ କାଉନସିଲ୍ ଅଫ୍ ଇଣ୍ଡିଆର ସଦସ୍ୟ ଭାବରେ ମନୋନୀତ କରାଯାଇଛି।

ବୈଷ୍ଣବଙ୍କ ବ୍ୟତୀତ ରାଜ୍ୟସଭା ଅଧ୍ୟକ୍ଷ ଡ. କେଶଭ ରାଓଙ୍କୁ ପରିଷଦର ସଦସ୍ୟ ଭାବରେ ମନୋନୀତ କରଯୋଇଛି ବୋଲି ରାଜ୍ୟସଭାରେ ପ୍ରକାଶ ପାଇଛି।

ଓଡିଶା କ୍ୟାଡରର ୧୯୯୪-ବ୍ୟାଚ୍ ଆଇଏଏସ୍‌ ଅଧିକାରୀ ବୈଷ୍ଣବ ୨୦୦୪ରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଥିଲେ।

୨୦୧୯ରେ ଓଡିଶାରୁ ରାଜ୍ୟସଭା ସଦସ୍ୟ ଭାବରେ ନିର୍ବାଚିତ ହେବା ପରେ ସେ ବିଜେପିରେ ଯୋଗ ଦେଇଥିଲେ।

Leave A Reply

Your email address will not be published.